ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡ଼ମପେଟା ଓ ଡ଼ିଆରପି କଲୋନୀରେ ଭିୟୁଷ ଅନୁଷ୍ଠାନ ପକ୍ଷରୁ ଭିୟୁଷ ଡିଜିଟାଲ ଲଟରାରୀ ସେଣ୍ଟରରେ ଏକ ଛଅ ଦିନିଆ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରଧାନ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଓଡିଶା ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା ଯୋଗଦେଇ ଶିବିରରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ଏକାଗ୍ରତା ଓ କଠିନ ପରିଶ୍ରମ ଦ୍ୱାରା ଲକ୍ଷ ସ୍ଥଳରେ ପହଞ୍ଚି ଏକ ଉତ୍ତମ ନାଗରିକ ଭାବେ ନିଜକୁ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ୟୁଥ ଫର୍‌ ଭିଲେଜର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଡ଼ି. ଦେବହରି ରେଡି ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଅନୁଷ୍ଠାନର ମୁଖ୍ୟ ଏସ୍‌. ଭୀମାରାଓଙ୍କ ପୌରୋହିତରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ମୁଖ୍ୟ ଜେ. ଟିଟୁଙ୍କ ତତ୍ୱାବାଧାନରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ଅନୁଷ୍ଠାନର ସଂଯୋଜିକା ସିଏଚ୍‌ ପଦ୍ମିନୀ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ସଭାପତି ସିଏଚ୍‌ ତାତେୟା, ବି. ଶିବ ଶଙ୍କର, ଗ୍ରାମ୍ୟ ଭଦ୍ରବ୍ୟକ୍ତି ସୀତାରାମ ପ୍ରମୁଖ ମଞ୍ଚାସୀନ ରହିଥିଲେ । ସ୍ଥାନୀୟ ଅଂଚଳର ୫୦ଜଣ ଶିବିରାର୍ଥୀ ପ୍ରଶିକ୍ଷଣ ନେଉଛନ୍ତି । କେରିୟର କାଉନସିଲିଙ୍ଗ, ଲାଇଫ ସ୍କିଲ, ଜୁନିୟର ଟିଚର ଟ୍ରେନିଙ୍ଗ ସମ୍ପର୍କରେ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ଆୟୋଜକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.