om academy

କାଦୁଅରେ ପଚ ପଚ ତଳିପଡ଼ା ରାସ୍ତା, ନିରବଦ୍ରଷ୍ଟା ପ୍ରଶାସନ

jsm

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ଗମନା ଗମନର ବିକାଶ ପାଇଁ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର ରାସ୍ତାର ନିର୍ମାଣ କରାଯିବା ସହ ଲୋକେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏପରି ଏକ ଜ୍ୱଳନ୍ତ ଉଦାହରଣ ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ତଳିପଡ଼ା ରାସ୍ତା ଉପରେ ଦେଖିବାକୁ ମିଳିଛି । ତଳିପଡ଼ା ରାସ୍ତା ଉପରେ କାଦୁଅ ଏବଂ ପାଣିର ସୁଅ ଛୁଟୁଛି । ପ୍ରଶାସନ ସବୁ ଦେଖି ମଧ୍ୟ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହୋଇଛି । ୨ ବର୍ଷ ହେଲା ରାସ୍ତା ଉପରେ ଲୋକଙ୍କ ଘରୁ ବାହାରୁ ଥିବା ଅଳିଆ, ଆବର୍ଜନା, ମଇଳା ପାଣି ରାସ୍ତା ଉପରେ ଭାସୁଥିବାର ଦେଖିବାକୁ ମିଳିଛି । ରାସ୍ତା ଉପରେ ସବୁବେଳେ ମଇଳା ପାଣି ଜମି ରହୁଥିବାରୁ ସ୍ଥାନୀୟ ତଳିପଡ଼ାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଳିପଡ଼ାବାସୀଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ପଡାବାସୀ ବାଧ୍ୟ ହୋଇ ମଇଳା ଆବର୍ଜନାପୂର୍ଣ୍ଣ କାଦୁଅ ପଚ ପଚ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ଏନେଇ ତଳିପଡ଼ାବାସୀ ଦୀର୍ଘ ଦିନରୁ ଖପ୍ରାଖୋଲ ସରପଞ୍ଚଙ୍କୁ ଏବଂ ବ୍ଲକ ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ତଳିପଡ଼ାବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଖପ୍ରାଖୋଲ ଏକ ବ୍ଲକ ମହକୁମା ହୋଇଥିବା ବେଳେ ଦୀପତଳ ଅନ୍ଧାର ସଦୃଶ ଲୋକେ ଅସ୍ୱାସ୍ଥ୍ୟକର ପରିବେଶରେ ଜୀବନ ବିତାଉଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତଳିପଡ଼ା ରାସ୍ତା କଡରେ ଆବର୍ଜନା ଓ ପାଣି ଯିବାପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ତଳିପଡ଼ାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.