କୃଷି ପ୍ରଯୁକ୍ତିର ଆଗୁଆ ବିକାଶ ଏବଂ ତାହାର ବର୍ତ୍ତମାନ ସମୟର ଆବଶ୍ୟକତା ଓ ଇଲେକ୍ଟ୍ରିକ ଆସିଷ୍ଟାଣ୍ଟ ୱରେବଲ ପ୍ରଯୁକ୍ତି ବିଷୟରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ୱାରା ଏକ ଦିବସୀୟ ସମସ୍ତ ଭାରତ ମାନ୍ୟ ସେମିନାର “କୃଷି ପ୍ରଯୁକ୍ତିର ଆଗୁଆ ବିକାଶ ଏବଂ ତାହାର ବର୍ତ୍ତମାନ ସମୟର ଆବଶ୍ୟକତା” ଓ ଇଲେକ୍ଟ୍ରିକ୍‌ ଆସିଷ୍ଟାଣ୍ଟ ୱରେବଲ ପ୍ରଯୁକ୍ତି ବିଷୟରେ ଦୁଇଟି ଆଲୋଚନାଚକ୍ର ଏନ୍ଆଇଟି ସ୍ଥିତ ଏଏନ୍ ପଟେଲ ସ୍ମୃତି ସେମିନାର ହଲ୍ ଠାରେ ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିୟର୍ସ ଇନଷ୍ଟିଟ୍ୟୁସନ୍ ଭାରତର ଉପାଧ୍ୟକ୍ଷ ଡ. ନୂତନ କୁମାର ଦାସ ଯୋଗ ଦେଇଥିଲେ । ଆର୍‌ଏସ୍‌ପିର ମୁଖ୍ୟ ସାଧାରଣ ପ୍ରବନ୍ଧକ ସୁଦୀପ ପାଲ ଚୌଧୁରୀ ସମ୍ମାନିତ ଅତିଥି” ଭାବରେ ଅଂଶଗ୍ରହଣ କରିଥିଲେ । ଉଦ୍‌ଘାଟନୀ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଇଞ୍ଜିନିୟର୍ ସନ୍ତୋଷ କୁମାର ପୋଲାକୀ ସ୍ୱାଗତ ଭାଷଣ ସହ ଆଧୁନିକ କୃଷି ପ୍ରଯୁକ୍ତି ବିଷୟରେ ସଂକ୍ଷିପ୍ତ ଭାବେ କହିଥିଲେ । ସେମିନାରର ଆୟୋଜକ ଅଧ୍ୟାପକ ରାମଚନ୍ଦ୍ର ପ୍ରଧାନ ଓ ମାଧୁରେଶ ଦ୍ୱିବେଦୀ ବିଷୟର ପରିଚୟ ଦେଇ ଏହି ସେମିନାରର ଆଭିମୁଖ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ସେମାନେ କୃଷି କ୍ଷେତ୍ରରେ ଆଗୁଆ ଯନ୍ତ୍ର ପ୍ରୟୋଗର ଆବଶ୍ୟକତା ଏବଂ ସଫଳ ଖାଦ୍ୟ ଉତ୍ପାଦନ ପାଇଁ ସୁଦୃଢ଼ ପ୍ରଯୁକ୍ତିକୁ ଉଲ୍ଲେଖ କରିଥିଲେ । ଏହା ପରେ ମୁଖ୍ୟଅତିଥି ଡ. ଦାସ ଦ୍ୱାରା ସେମିନାର ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଡ. ଅଜିତ ବେହେରା ସମସ୍ତ ଅତିଥି ଓ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଦୁଇଜଣ ମୁଖ୍ୟ ବକ୍ତା ଏବଂ ୧୦ଟି ବିଜ୍ଞାନ ଲେଖା ଉପସ୍ଥାପନ କରାଯାଇଥିଲା, ଯାହା ସେମିନାରର ମୁଖ୍ୟ ବିଷୟର ସଂପୃକ୍ତ ଥିଲା । ପରବର୍ତ୍ତୀ ଅଧିବେଶନରେ ସଂପୃକ୍ତ ବିଶେଷଜ୍ଞମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିଲା । ଅନ୍ତିମ ଅଧିବେଶନରେ ବିଭିନ୍ନ ଉପଥିମ୍‌ ଗୁଡ଼ିକ ଉପରେ ଆଲୋଚନାର ମାଧ୍ୟମରେ କିଛି ପ୍ରସ୍ତାବ ଏବଂ ସୁପାରିଶ ଆସିଥିଲା । ସେହିପରି ଦ୍ୱିତୀୟ ଆଲୋଚନାଚକ୍ରରେ ଇଲେକ୍ଟ୍ରିକ୍‌ ଆସିଷ୍ଟାଣ୍ଟ ୱେରେବଲ୍ ପ୍ରଯୁକ୍ତି ବିଷୟରେ ଏକ ଦିବସୀୟ ଅଖିଳ ଭାରତୀୟ ସେମିନାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡ. ଦାସ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆର୍‌ଏସ୍‌ପିର ମୁଖ୍ୟ ସାଧାରଣ ପ୍ରବନ୍ଧକ ଏ ବି. ସୁନିଲ କର୍ଥା. ଓ ଏନ୍ଆଇଟି ବିଦ୍ୟୁତ ବିଭାଗର ଅଧ୍ୟକ୍ଷ ତଥା ପ୍ରଫେସର କେ.ବି. ମହାନ୍ତି ଭାବେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଇଂ ପୋଲାକୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ୱେରେବଲ୍ ଡିଭାଇସ ଗୁଡ଼ିକର ଉପକାରିତା ବିଷୟରେ ବକ୍ତବ୍ୟ ରଖିଥିଲେ । ଆଲୋଚନାଚକ୍ରର ସଂଯୋଜକ ଡ. ଭେଙ୍କଟରମଣ ନାୟକ ଏହି ବିଷୟର ଆବଶ୍ୟକତା ଓ ବର୍ତ୍ତମାନ ସମୟରେ ତାହାର ପ୍ରୟୋଗ କେମିତି ଏବଂ କୃଷିରୁ ନେଇ ଅଭିଯାନ ମହଲ ଯାଏଁ କିପରି ବୃଦ୍ଧି ହୋଇଛି ବିଷୟରେ କହିଥିଲେ । ଅତିଥି ବି. ସୁନିଲ କର୍ଥା ୱେରେବଲ୍ ପ୍ରଯୁକ୍ତିକୁ ବିଭିନ୍ନ ଶିଳ୍ପରେ ବ୍ୟବହାର କରାଯାଇଥିବା ବିଭିନ୍ନ ପ୍ରୟୋଗ ବିଷୟରେ ତଥା ଗ୍ୟାସ ଲିକେଜ ଜାଣିବା ଯନ୍ତ୍ର ମାଧ୍ୟମରେ କୌଣସି ବିପଦ ପ୍ରତିରୋଧ କରିପାରିବ ଏବଂ ସମାଧାନ ମାଧ୍ୟମରେ ନୂଆ ଅଭିଧାନ କରି ପାରିବ ବିଷୟରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଡ. ଦାଶ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ସ ମାନେ ମିଳିତ ପ୍ରୟାସ ମାଧ୍ୟମରେ କିପରି ନୂତନ ଉତ୍ପାଦ ବିକାଶ କରିପାରିବା ସେ ବିଷୟରେ ଅଧିକ ଉତ୍ସାହ ଆସିବାକୁ ନିବେଦନ କରିଥିଲେ । ସଭାର ଶେଷରେ ମଞ୍ଚର ଗଣମାନ୍ୟ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା । ସେମିନାରର ସମ୍ପୂର୍ଣ୍ଣ ଅଧିବେଶନରେ ମୁଖ୍ୟବକ୍ତାଙ୍କ ବାକ୍ତବ୍ୟ ସହ ୬ଟି ଟେକ୍ନିକାଲ ପେପର୍ ଉପସ୍ଥାପନ ହୋଇଥିଲା । ଶେଷରେ ସମ୍ପାଦକ ଡ. ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.