oom

ଉପାନ୍ତ ଇଲାକା ସ୍କୁଲମାନଙ୍କରେ ଶିକ୍ଷକଙ୍କ ମନମାନି : ଶିକ୍ଷା ମନ୍ଦିରରେ ମାତାଲ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା ଉପାନ୍ତ ଇଲାକାରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ଅବହେଳାକୁ ନେଇ ସବୁବେଳେ ଅଭିଯୋଗ ଉପରେ ଅଭିଯୋଗ ଆସିଥାଏ । କେତେବେଳେ ଶିକ୍ଷକ ମାସ ମାସ ଧରି ସ୍କୁଲ ଆସୁନାହାନ୍ତି ତ ଆଉ କେତେବେଳେ ଶିକ୍ଷାଦାନରେ ଅବହେଳା । କେତେବେଳେ ପିଲାଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି ତ ଆଉ କେତେବେଳେ ଶିକ୍ଷକ ମଦ୍ୟପାନ କରି ସ୍କୁଲରେ ମାତାଲ ଅବସ୍ଥାରେ ପଡି ରହୁଛନ୍ତି । ନିଜର ହିତାହିତ ଜ୍ଞାନ ଓ ପଦ ମର୍ଯ୍ୟାଦା ଭୁଲି ସ୍କୁଲ ଭିତରେ ବ୍ୟକ୍ତିଗତ ପାରିବାରିକ ଭୋଜି କରି ଅଫିସ୍‌ ଭିତରେ ମଦପିଇ ମାତାଲ ହେଲେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗେରାପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ ସେଠ୍ ଏବଂ ସହକାରୀ ଶିକ୍ଷକ ବଳରାମ ସାହୁଙ୍କ ବିରୁଦ୍ଧରେ । ସୂଚନା ଅନୁଯାୟୀ ଗତ ରବିବାର ୨୦ ତାରିଖ ଦିନ ଟେଙ୍ଗରାପଥର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପିଠାଖୁଆ କାର୍ଯ୍ୟକ୍ରମ ଥିଲା ଉକ୍ତ କାର୍ଯ୍ୟକ୍ରମର ଭୋଜି ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଭିତରେ ରଖାଯାଇଥିଲା । ଭୋଜିରେ ବହୁତ ଲୋକ ଜମା ହୋଇଥିଲେ ଏବଂ ମଦ, ମାଂସର ସୁଅ ଛୁଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଉକ୍ତ ଭୋଜିରେ ମଦ, ମାଂସ ଖାଇ ସ୍କୁଲର ପ୍ରଧାନ ଶିକ୍ଷକ ଅଲେଖ ସେଠ୍ ଏବଂ ସହକାରୀ ଶିକ୍ଷକ ବଳରାମ ସାହୁ ଅଫିସ୍‌ ଭିତରେ ବାନ୍ତି କରି ମାତାଲ ହୋଇ ପଡିରହିଥିଲେ । ସ୍କୁଲର କିଛି ଛାତ୍ର ଏହି ସବୁ ଦେଖି ସ୍କୁଲ କମିଟି ସଭାପତି ନରେନ୍ଦ୍ର ବିଶିଙ୍କୁ ଖବର କରିଥିବା ବେଳେ ଏହି ସବୁ ଦୃଶ୍ୟକୁ ମୋବାଇଲରେ ସୁଟିଂ କରିଥିଲେ । ମଦପିଇ ଦୁହେଁ ଏତେ ନିଶାରେ ଥିଲେ ଯେ, ନିଜର ମୋବାଇଲକୁ ମଧ୍ୟ ସ୍କୁଲ ପରିସରରେ ପକାଇ ଦେଇ ମାତାଲ ହୋଇ ପଡ଼ିଥିଲେ । ସ୍କୁଲ କେବଳ ଶିକ୍ଷାନୁଷ୍ଠାନ ନୁହେଁ, ଏଠାରେ ପିଲାମାନେ ମଧ୍ୟ ସେମାନଙ୍କର ନୈତିକ ଦାୟିତ୍ୱ ବିଷୟରେ ଜାଣନ୍ତି । କିନ୍ତୁ ଯେତେବେଳେ ପିଲାମାନଙ୍କୁ ଗଢୁଥିବା ଶିକ୍ଷକ ଅସଭ୍ୟ ହୋଇଯାଆନ୍ତି ସେତେବେଳେ ଏହା ଚିନ୍ତାର ବିଷୟ ପାଲଟିଯାଏ । ତେବେ ଶିକ୍ଷକମାନଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷାଧିକାରୀ ଶଙ୍କର ମାଝୀଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ସ୍କୁଲ ପରିସରରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଭୋଜି କରିବା ପାଇଁ ପ୍ରଧାନ ଶିକ୍ଷକ କେମିତି ଅନୁମତି ଦେଲେ ଏବଂ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ମନ୍ଦିରରେ ଶିକ୍ଷକମାନଙ୍କ ଏଭଳି ଅନୈତିକ କାର୍ଯ୍ୟକଳାପ ଉପରେ ଜିଲ୍ଲା ଶିକ୍ଷା ବିଭାଗ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

jittmm
Leave A Reply

Your email address will not be published.