ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାକିରି ଦେବା ପାଇଁ ଆଶାୟୀଙ୍କ ନିକଟରୁ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଜେଲ୍‌ରେ ଥିବା ବେଳେ ଆଜି ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି । ୨୪ ଲକ୍ଷ ଟଙ୍କାର କ୍ୟାସ ସିକ୍ୟୁରିଟି ଓ ୫ ଲକ୍ଷ ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ଦିଆଯାଇଛି । ତେବେ ଜାମିନ୍‌ ମିଳିବା ପରେ ମଧ୍ୟ ସେ ଜେଲ୍‌ରେ ରହିବେ ବୋଲି ସୂଚନା ରହିଛି । ତାଙ୍କ ବିରୋଧରେ ଥିବା ଅନ୍ୟ ମାମଲାରେ ଜାମିନ ମିଳି ନଥିବାରୁ ସେ ଏବେ ଝାରପଡ଼ା ଜେଲ୍‌ରେ ରହିବେ ।

Leave A Reply

Your email address will not be published.