ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ପ୍ରତାପପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ପନ୍ନ ହୋଇଯାଇଛି । ଏହି ବିଜ୍ଞାନ ପ୍ରଦର୍ଶନୀରେ ବ୍ଲକର ୭୨ଟି ବିଦ୍ୟାଳୟରୁ ୧୦୨ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲା । ଉଦ୍‌ଘାଟନୀ ସମୟରେ ବିଇଓ ପ୍ରେମ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଅଧ୍ୟାପକ ପ୍ରତାପ ଦାସ ଅଧିକାରୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବ ତଥା ପୁରସ୍କାର ବିତରଣ ସଭାରେ ବ୍ଲକ ଅଧ୍ୟକ୍ଷ ଥବିର ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାରାୟଣ ମୁଣ୍ଡ, ବ୍ଲକ ଗବେଷଣା ସମ୍ପାଦକ ମଙ୍ଗଳୁ ଚରଣ ମୁଦୁଲି, ପରିଚାଳନା କମିଟି ଅଧ୍ୟକ୍ଷ କୃତିବାସ ନାଏକ, ସରପଞ୍ଚ ଚନ୍ଦନ ପୁଝାରୀ, ସମିତି ସଭ୍ୟା ଡାଳିମ୍ବ ନାଗ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟତମା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ଶିକ୍ଷକ ମାଧବ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ପୁରସ୍କାର ବିତରଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

jittmm
Leave A Reply

Your email address will not be published.