କାଲିମେଳା ପୋଲିସ ହାତରେ ତେଲେଙ୍ଗାନା ପୋଲିସ

ମାଲକାନଗିରି : ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ବାନ୍ଧିଛି ପୋଲିସ । କାଲିମେଳା ପୋଲିସ ହାତରେ ତେଲେଙ୍ଗାନା ପୋଲିସ କନେଷ୍ଟବଳ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବା ଖବର ମିଳିଛି । ପାଟ୍ରୋଲିଂ ବେଳେ ୧୦୩ କେଜି ଗଞ୍ଜେଇ, ୨ଟି ଦାମୀ କାର ଓ ୩ଟି ଆଇଫୋନ୍, ଇଞଗ କାର୍ଡ ଜବତ କରାଯାଇଥିବା ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!