jayashree

ପ୍ରକୃତ ଚାଷୀଙ୍କୁ ମିଳୁନି ସରକାରଙ୍କ ସହାୟତା, ପିଆଜ ଘର ହରିଲୁଟ ପଛରେ ସବସିଡି ପାଇଁ ରାଜନେତାଙ୍କ ମୋହ : ତଦନ୍ତ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ ଅନ୍ୟ ଜିଲ୍ଲା ଅପେକ୍ଷାରେ ବଲାଙ୍ଗିର ଜିଲ୍ଲା ପିଆଜ ଚାଷ ପାଇଁ ବେଶ୍‌ ଜଣାଶୁଣା । ପିଆଜ ଚାଷ ପାଇଁ ଚାଷୀମାନଙ୍କ ମନରେ ଆଗ୍ରହ ରହିଥାଏ । ତେବେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିବା ସହ ଅନେକ ଚାଷୀ ମାନଙ୍କୁ ମିଳିି ପାରୁଛି । ଏହି ଯୋଜନା ମାଧ୍ୟମରେ ଚାଷୀ ପିଆଜ ଅମଳ କରିବା ପରେ ସଂରକ୍ଷଣ କରିବା ପାଇଁ ସରକାର ପିଆଜ ଘର ଯୋଜନା କରିଛନ୍ତି । ଏହି ପିଆଜ ଘର ନିର୍ମାଣ କରିବା ପାଇଁ ସରକାର ଲୋକଙ୍କୁ ଅନୁଦାନ ମଧ୍ୟ ଯୋଗାଉଛନ୍ତି । ଏଥିରେ ଅଧା ଟଙ୍କା ସବସିଡି(ଛାଡ) ବି ଦିଆଯାଉଛି । ତେବେ ଏହି ସବସିଡିରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ପ୍ରକୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃୃତ ଚାଷୀଙ୍କୁ ସହାୟତା ମିଳୁ ନଥିବା ଅଭିଯୋଗ ହେଉଛି । ଫନ୍ଦି କରି ଅନେକ ଧନୀ ଲୋକେ ଯୋଜନାରେ ଫାଇଦା ନେଉଥିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଏଭଲି ଚିତ୍ର ଦେଖିବାକୁ ମିଲିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅଂଚଳରୁ । ତେବେ ଏଭଳି ଭାବରେ ଅନେକ ଥର ଯୋଜନାର ହରିଲୁଟ ହେଉଥିବା ଅନେକ ଥର ସାମ୍ନାକୁ ଆସିଥିବା ବେଳେ ତଥାପି ବ୍ୟବସ୍ଥାର କୈାଣସି ପରିବର୍ତନ ହେଉନଥିବା ଜଣାପଡିଛି । ଓଲଟା ଯୋଜନାରୁ ହରିଲୁଟ କରିବା ପାଇଁ ବାରମ୍ବାର ପ୍ରୟାସରେ ଥିଲା ଲୋକ ହି ସଫଳ ହେଉଛନ୍ତି । ତେବେ କରମତଲା ପଂଚାୟତର ଚାଷୀ ସତ୍ୟନାରାୟଣ ବୁଡେକ, ସୁରେନ୍ଦ୍ର ରଣା, ବାସୁ ମଲ୍ଲିକ, ବୃନ୍ଦାବନ ନାଏକ ଭଳି ଅନେକ ଚାଷୀ ଧାନ ଅମଳ ହେବା ପରେ ନିଜ କ୍ଷେତରେ ପିଆଜ ଚାଷ କରୁଥିବା ଦେଖିବାକୁ ମିଲିଛି । ଅନେକ ପିଆଜ ଚାଷୀମାନେ ଏହି ସରକାରୀ ଯୋଜନା ଓ ଅନୁଦାନରୁ ବହୁ ଦୂରରେ ଥିବା ଅଭିଯୋଗ ହୋଇଛି । କିଛି ମାସ ତଳେ ଦେଶରେ ପିଆଜ ଦର ବୃଦ୍ଧି ଯୋଗୁଁ ଖାଉଟି ୮୦ ଟଙ୍କା ଦେଇ ମଧ୍ୟ କିଣିବାକୁ ବାଧ୍ୟ ହୋଇଥିଲା । ତେବେ ସେହି ସମୟରେ ପିଆଜ ସଂରକ୍ଷଣ କରିବା ପାଇଁ ଜିଲ୍ଲାରେ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଶୀତଳ ଭଣ୍ଡାରର ପ୍ରତିଷ୍ଠା କରାଯାଉ ବୋଲି ଦୀର୍ଘ ବର୍ଷ ତଳେ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଥିଲା । ଟିଟିଲାଗଡରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଇଥିବା ବେଳେ ତାହା ଫେଲ ମାରିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ଏବେ ଜୋର୍‌ ଧରିଛି, ଖାଉଟିଙ୍କୁ ଚଢାଦରରେ ପିଆଜ କିଣିବାକୁ ପଡିଥିବା ବିଷୟ ଏହାର ପ୍ରତ୍ୟକ୍ଷ ପ୍ରମାଣ ବି ହୋଇପାରେ । ଅନ୍ୟପକ୍ଷରେ ଶହ ଶହ କ୍ୱିଣ୍ଟାଲ ପିଆଜ ମଧ୍ୟ ନଷ୍ଟ ହୋଇଥିଲା ସେତେବେଳେ । ତେବେ ସେହି ଦିନ ଠାରୁ ଅଦରକାରୀ ହୋଇ ପଡିରହିଛି ଟିଟିଲାଗଡ ଶୀତଳ ଭଣ୍ଡାର । ଅନ୍ୟପଟେ ଜିଲ୍ଲାର ପିଆଜ ଚାଷ କରୁଥିବା ଚାଷୀଙ୍କୁ ସଂରକ୍ଷଣ କରିବା ପାଇଁ ପିଆଜ ଘରର ପରିକଳ୍ପନା କରିଥିଲେ ରାଜ୍ୟ ସରକାରଙ୍କ କୃଷି ବିଭାଗର କର୍ମଚାରୀ ମାନେ । କିନ୍ତୁ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚୁ ନ ଥିବା ଅଭିଯୋଗ ହେଉଛି । ଏବେ ଚର୍ଚ୍ଚା ହେଉଛି ନିର୍ବାଚିତ ଲୋକ ପ୍ରତିନିଧି, ବ୍ୟବସାୟୀଙ୍କୁ ମିଳିି ଥିବା ପିଆଜ ଘରର ସୁବିଧା ଓ ଅନୁଦାନର ବିଷୟ । ଏହାକୁ ନେଇ ପ୍ରକୃତ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦ କେଉଁଠି କରିବେ ଚାଷୀ, ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସୂଚନା ମତେ ଟିଟିଲାଗଡ ଉଦ୍ୟାନ ବିଭାଗ ପକ୍ଷରୁ ପିଆଜ ଘର ପାଇଁ ଗତ ୧୨ ତାରିଖରେ ଚିଠି ସଂଖ୍ୟା-୨୩ରେ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । ତେବେ ସଇଁନ୍ତଲା ବ୍ଲକରେ ୨୨ଟି ପଂଚାୟତ ମଧ୍ୟରୁ ୩୧ ଜଣଙ୍କୁ ପିଆଜ ଘର ବାବଦରେ ୮୭ ହଜାର ଟଙ୍କା ଲେଖାଏଁ ଅନୁଦାନ ପାଇଁ ଅନୁମତି ମିଲିଥିବା ଜଣାପଡିଛି । ପ୍ରକାଶ ଥାଉକି ଯେ,ଏହି ଟଙ୍କାରୁ ଅଧା ଟଙ୍କା ସବସିଡିରେ ଛାଡ ବ୍ୟବସ୍ଥା ରହିଛି । ଏଣୁ ଫନ୍ଦି କରୁଥିବା ଲୋକଙ୍କ ଲୋଳୁପ ନଜର ପଡିଛି ଯୋଜନା ଉପରେ । ତଥ୍ୟ ମିଲିଥିବା ଅନୁସାରେ ବ୍ଲକର କରମତଲା ପଂଚାୟତରେ ୧୦ ଜଣଙ୍କୁ ପିଆଜ ଘର ପାଇଁ ଚୟନ କରାଯାଇଛି । ଏହି ଚୟନରେ ସରପଂଚଙ୍କ ବୋହୂ, ସମିତି ସଭ୍ୟ ଓ ପୂର୍ବତନ ବଲାଙ୍ଗିର ସାଂସଦ କଲିକେଶ ନାରାୟଣ ସିଂଦେଓ ଏକାନ୍ତ ଅନୁଗତ କୁହାଯାଉ ଥିବା ଜଣେ କଲେଜର ଅଧ୍ୟାପକଙ୍କ ପତ୍ନୀଙ୍କୁ ମଧ୍ୟ ପିଆଜ ଘର ତାଲିକାରେ ସାମିଲ ହୋଇଥିବା ଜଣାପଡିଛି । ରାଜନେତା ମାନଙ୍କୁ ଚୟନ କରାଯାଉଥିବା ବେଳେ ପ୍ରକୃତ ହିତାଧିକାରୀ ବାଟବଣା କାହିଁକି ବୋଲି ସଇଁନ୍ତଲା ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ କହିଛନ୍ତି । ସଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ଦାବୀ କରିଛନ୍ତି ଯେ, ପ୍ରକୃତ ଚାଷୀଙ୍କୁ ଏହି ସୁଯୋଗ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନ ହେବ । ଅନ୍ୟପଟେ ଯିଏ ପ୍ରକୃତ ଚାଷୀ ସେମାନେ ଯୋଜନାରୁ ବଂଚିତ ହୋଇଛନ୍ତି । ମନଇଚ୍ଛା ଲୋକଙ୍କୁ ଯୋଜନାରେ ସାମିଲ କରାଯିବା ଯୋଗୁଁ ପିଆଜ ଘର ଯୋଜନାର ସଫଳ ରୂପାୟନ ଉପରେ ପ୍ରଶ୍ନ ଉଠିଛି । ଅପର ପକ୍ଷରେ ପୁଣି ଥରେ ତଦନ୍ତ କରି ପ୍ରକୃତ ଚାଷୀଙ୍କୁ ସହାୟତା ଦିଆଯାଉ ବୋଲି ଆଇନଜୀବୀ ରଞ୍ଜନ ବାରିକ ଦାବୀ କରିଛନ୍ତି ।

Leave A Reply

Your email address will not be published.