oom

ନବବର୍ଷରେ ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି : ଦୁଇ ଗୋଷ୍ଠୀ ହେଲେ ମାର୍‌ପିଟ୍‌

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବର୍ଷର ଆଗମନରେ ସମସ୍ତଙ୍କ ମୁହଁରେ ଖୁସି ଥିଲାବେଳେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନାକୁ ଲାଗିଲା ଝଟ୍‌କା । ଶାନ୍ତି ଖୋଜି ଥିବା ଥାନା ଅଧିକାରୀ କିଛି ଦିନ ତଳେ ସଫଳତା ପାଇଥିଲେ ପୁଣି ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ଫୁଟା ସହ ଛୁରା ମାଡ଼ ହୋଇଥିଲା । ଏଥିରେ ୪ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି । ଏନେଇ ରମ୍ଭା ଥାନା ପୋଲିସ ପକ୍ଷରୁ କେଶ ନଂ ୧/୨୫ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ରମ୍ଭା ଆଇଆଇସି ସତ୍ୟବ୍ରତ ଭୁତୀୟା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଣ୍ଡାପଲ୍ଲୀ ଓଡିଆର୍‌ପି କଲୋନୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ ଗୋଷ୍ଠୀ ଜିରୋ ନାଇଟ୍ ସେଲିବ୍ରେସନ୍ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ସେଠାରେ ପହଂଚି ଗାଳି ଗୁଲଜ କରିବା ସହ ହାତାହାତି ହୋଇଥିଲେ । ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଅତର୍କିତ ଗୁଳିମାଡ ହୋଇଥିଲା । ଏଥିରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଥିବା ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି । ଓଡିଆର୍‌ପି କଲୋନୀରେ ଥିବା ଏକ ଭଡା ଘରେ କିଛି ଯୁବକ ନୂଆବର୍ଷ ପାର୍ଟି କରୁଥିଲେ । ଉକ୍ତ ସମୟରେ ଆଉ କିଛି ଯୁବକ ସେଠାରେ ପହଞ୍ଚିଥିଲେ । କୌଣସି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଏତେ ଉଗ୍ରରୂପ ନେଇଥିଲା ଯେ ଅତର୍କିତ ଭାବେ ଗୁଳି ଏବଂ ଛୁରାମାଡ ହୋଇଥିଲା । ଦୁର୍ବୁତ୍ତ ମାନେ ୪ ଜଣଙ୍କୁ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

jittmm
Leave A Reply

Your email address will not be published.