om academy

ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର ଓ ଭିଡିଓଗ୍ରାଫି ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର୍ସ ଓ ଭିଡିଓଗ୍ରାଫର୍ସ ଆସୋସିଏସନ୍ ପକ୍ଷରୁ ସେକ୍ଟର ୩ ରଥଖଳାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସକାଳ ୧୦ ଘଟିକାରୁ ଏହି ଶିବିର ରାଉରକେଲା ସରକାରୀ ଡାକ୍ତରଖାନାର ଭ୍ରାମ୍ୟମାଣ ଗାଡ଼ିରେ ଆରମ୍ଭ ହୋଇଛି । ସଂଗଠନର ସଭାପତି ମକସୁଦ ଆଲମ (ମକାଇ) ସାଧାରଣ ସମ୍ପାଦକ ସଞ୍ଜୟ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ଏହି ଶିବିରକୁ ରାଉରକେଲା ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜର ସମ୍ପାଦକ ସୁନୀଲ କାୟାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶଙ୍କର ଜେନା ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନ ପକ୍ଷରୁ ସଂଗଠନର ସଭାପତି ଓ ସମ୍ପାଦକ ମୁଖ୍ୟ ଉପଦେଷ୍ଟା ବିନୋଦ କୁମାର ଓ ଉପଦେଷ୍ଟା ରମାକାନ୍ତ ସ୍ୱାଇଁ ଓ ସମସ୍ତ ଅତିଥିଙ୍କ ଉପସ୍ଥିତିରେ କେକ୍ କାଟି ଏହି ଦିବସର ଶୁଭାରମ୍ଭ କରିଥିଲେ । ସମସ୍ତ ଅତିଥି ଏହି ଅବସରରେ ସଦସ୍ୟମାନଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂଗଠନର ଉପସଭାପତି ନବକୃଷ୍ଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିନୋଦ କୁମାର ରାୟ, ଯୁଗ୍ମ ସମ୍ପାଦକ ଶିଶିର ମାହାନ୍ତି ସଂଗଠନ ସମ୍ପାଦକ ଦେବାଶିଷ ମାହାନ୍ତି କୋଷାଧ୍ୟକ୍ଷ ପି.ସତ୍ୟନାରାୟଣ, ପ୍ରିୟବ୍ରତ ମହାରଣା ପ୍ରମୁଖ ସହଯୋଗ କରିଥିଲେ । କଳିଙ୍ଗ କଳା ପରିଷଦ ଓ ଯଜ୍ଞାସେନୀ ଅନୁଷ୍ଠାନ ପକ୍ଷରୁ ଶିବିର ପରିଚାଳନାରେ ସହଯୋଗ ପ୍ରଦାନ କରାଯାଇଥିଲା । ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

Leave A Reply

Your email address will not be published.