ସ୍ୱଭାବ କବି ଗଂଗାଧର ମେହେରଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ପେଟୁପାଲିଠାରେ ସ୍ୱଭାବ କବି ଗଂଗାଧର ମେହେରଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନ ହୋଇଯାଇଛି । ରବିବାର ସକାଳରେ କବିଙ୍କ ଜନ୍ମପୀଠ ବରପାଲିରୁ ଗଙ୍ଗାଧର ଜ୍ୟୋତି ସାଥୀରେ ଆଣି କବିଙ୍କର ପଣନାତି ମହେନ୍ଦ୍ର ମେହେର ପେଟୁପାଲିରେ ପହଞ୍ଚିଥିଲେ । ଗଙ୍ଗାଧର ଜ୍ୟୋତିକୁ ସ୍ବାଗତ କଲା ପରେ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରି ମଣ୍ଡପକୁ ନିଆଯାଇଥିଲା । ପଟଣାଗଡ ବିଧାୟକ ସରୋଜ ମେହେର ସ୍ୱଭାବକବି ଗଙ୍ଗାଧର ମେହେରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସମୟରେ ଯୁବନେତା ସୁବ୍ରତ ସିଂ, ନିଖିଲ ଓଡିଶା ମେହେର ସମାଜ ସଂଗଠନର ସୁରେନ୍ଦ୍ର ମୋହନ ମେହେର, ଡ.ସୁବାସ ମେହେର, ବରଗଡ ଜିଲ୍ଳା ଭୁଲିଆ ସମାଜ ସଂଗଠନର ରାମକୃଷ୍ଣ ମେହେର, ପ୍ରେମରାଜ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ମୋତିରାମ ମେହେର, ବିନୋଦ ବିହାରି ମେହେର, ସୁଶିଲ ମେହେର, ପ୍ରଦିପ ମେହେର, ସୁନ୍ଦରମଣି ମେହେର, ତେଜରାଜ ମେହେର, ହୁର୍ଷିକେଶ ମେହେର ସୋହେଲା ବ୍ଳକ ଭୁଲିଆ ସମାଜ ସଂଗଠନ ର ଗଜରାଜ ମେହେର, ରୋହିତ ମେହେର, ମକରଧ୍ବଜ ମେହେର, ଚେରମେନ୍ ମେହେର, ଜଗନ୍ନାଥ ମେହେର, ଚନ୍ଦ୍ର ମେହେର, ଶ୍ରୀଫଲ ମେହେର, କ୍ଷିରୋଦ୍ର ମେହେର, ସୁବାଷ ମେହେର, ଗୋବର୍ଦ୍ଧନ ମେହେର ଏବଂ ପେଟୁପାଲି ଭୁଲିଆ ସମାଜର ଆନନ୍ଦ ମେହେର, କିର୍ତ୍ତନ ମେହେର, ସୁରୁ ମେହେର, ସୁଶାନ୍ତ ମେହେର, ଭବାନି ମେହେର, ସୁମନ୍ତ ମେହେର, ଗୌର ମେହେର ଉପସ୍ଥିତ ଥିଲେ । ପରେ ସଭାକାର୍ୟ୍ୟ ଆରମ୍ଭ ରୁ ମାଁ ସମଲେଇଙ୍କର ଫଟୋଚିତ୍ର ସମ୍ମୁଖରେ ଦିପ ପ୍ରଜ୍ବଲନ କରି ସଭା ଆରମ୍ଭରୁ କୁମର ମେହେର କବିଙ୍କ ମଧୁମୟ କବିତା ଗାନ କରିଥିଲେ । ମୁଖ୍ୟବକ୍ତା କିଶୋର ମେହେର କବିଙ୍କର କାବ୍ୟକବିତା ଉପରେ ବକ୍ତବ୍ୟ ରଖିଥିଲା ବେଲେ ଡ.ସୁବାସ ମେହେର କବି ସଂଗଠକ ହୋଇ ଭୁଲିଆ ସମାଜକୁ ଗଠନ କରିଛନ୍ତି ବୋଲି ମତ ଦେଇଥିଲେ । ମୁଖ୍ୟ ଅତିଥି ସରୋଜ ମେହେର କବିଙ୍କୁ ବିଶ୍ବସ୍ତର ଏକ ମହାମାନବ ବୋଲି କହି ତାଙ୍କର ସ୍ମୁତିଚାରଣ କରିଥିଲେ । ଏହି ଅବସରରେ ବ୍ଲକସ୍ତରରେ ପ୍ରକାଶିତ ଏକ ସ୍ମରଣିକା ମେହେର ଗୌରବର ଦ୍ବିତୀୟ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ସଭାରେ ବୈଦ୍ୟ ରାହାଁସ ମେହେର, ସମାଜ ସଂଗଠକ ବିନୋଦ ମେହେର, ଶିଳ୍ପୀ ଅମୁଲ୍ୟ ଭୋଇ, କଳାକାର ନିର୍ମଲ ମେହେର, କବି ରୋହିତ ମେହେର, ପ୍ରକୃତି ବନ୍ଧୁ ଅନନ୍ତ ମେହେର, ମଂଚ ସଜ୍ଜାରେ ଗୋବିନ୍ଦ ମେହେର, ଶନିଶ୍ଚର ମେହେର, ନାରୀ ନେତ୍ରୀ ପୁଷ୍ପାଞ୍ଜଲି ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ସୋହେଲା ବ୍ଳକର ତିରିଶ ଖଣ୍ଡ ଗ୍ରମରେ ରହୁଥିବା ଭୁଲିଆ ସମାଜର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଶେଷରେ ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.