ପ୍ରବଳ ବର୍ଷାରେ ପାହାଡରୁ ଖସିଲା ପଥର, ଯାତାୟାତ ବନ୍ଦ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାକୁ ବର୍ଷା ପାଇଁ ରେଡ ଆଲର୍ଟ ଦିଆଯାଇଥିବା ବେଳେ ଗତକାଲି ପ୍ରବଳ ବର୍ଷା ହୋଇଥିଲା । ଫଳରେ ସମ୍ବଲପୁର ବରଗଡ ମଝିରେ ଥିବା କୋଲକତା ମୁମ୍ବାଇ ଜାତୀୟ ରାଜପଥ ଲକ୍ଷ୍ମୀ ଡୁଙ୍ଗୁରି ପାହାଡରୁ ପଥର ଖସିଥିବା ଦେଖିବାକୁ ମିଳିଛି । ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ବନ୍ଦ ରହିଛି ଗମନା ଗମନ । ଗୋଟିଏ ଲେନ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ କେବଳ ଗୋଟିଏ ଲେନ ଦେଇ ଯାତାୟତ କରୁଛି ଗାଡିମଟର । ସେପଟେ ଏହି ଘଟଣାରେ ସୌଭାଗ୍ୟ ବସତଃ କାହାରି କିଛି କ୍ଷତି ହୋଇ ନଥିବା ବେଳେ ବାରମ୍ବାର ଏହି ପ୍ରକାର ଘଟଣାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଠିକା ସଂସ୍ଥା ପଡ଼ିଥିବା ପଥର ଉଠାଇବା ଆରମ୍ଭ ହୋଇଥିବା ବେଳେ ଆଉ କିଛି ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହେବ ବୋଲି ପ୍ରଶାସନ କହିଛି ।

Leave A Reply

Your email address will not be published.