oom

ଆସନ୍ତା ୩୧ରେ ପ୍ରାନ୍ତୀୟ ବୈଠକ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ବୈଠକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ସଭାରେ ରାଉରକେଲା ଜିଲ୍ଲା ସଭାପତି କାମାକ୍ଷା ପ୍ରସାଦ ରଣା ସଭାପତିତ୍ୱ କରିଥିଲେ । ଉକ୍ତ ବୈଠକରେ ପ୍ରାନ୍ତ୍ୟ ସଦ୍ସ୍ୟ ସର୍ବେଶ୍ଵର ଦାଶ, ଗୋଦାବରୀଶ ମିଶ୍ର ଓ ଅମୂଲ୍ୟ ମିଶ୍ର ତାଙ୍କର ବୌଦ୍ଧିକ ବକ୍ତବ୍ୟ ପ୍ରଦାନ କରିଥଲେ । ଉକ୍ତ ବୈଠକରେ ବିଶ୍ଵ ହିନ୍ଦୁ ପରିଷଦର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୩୧.୮.୨୦୨୪ରିଖରେ ପ୍ରାନ୍ତୀୟ ବୈଠକ କରିବା ସହିତ, ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଗୀତା, ରାମାୟଣ ଉପରେ ବକ୍ତୃତା, ଉପାନ୍ତ ଅଞ୍ଚଳରେ ଚିକିତ୍ସା ଶିବିର କରିବା ସହିତ ବିଗତ ୬୦ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ପ୍ରଦର୍ଶନୀ କରିବାକୁ ସ୍ଥିର କରାଗଲା । ଉକ୍ତ ସଭାରେ ଧର୍ମାନ୍ତିକରଣ, ବେଆଇନ୍ ଗୋ ଚାଲାଣ, ଓ ଲଭ ଜିହାଦ ଉପରେ ଆଲୋଚନା ହୋଇଥିଲା ଏବଂ ଏଭଳି କାର୍ଯ୍ୟରୁ ଅପର ପକ୍ଷ ନିବୃତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଉକ୍ତ ସଭାରେ କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା ବ୍ଲକ ସହିତ ରାଉରକେଲାର ବିଭିନ୍ନ ପ୍ରଖଣ୍ଡର କାର୍ଯ୍ୟ କର୍ତ୍ତା ମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକକୁ ପରିଷଦର ମଠ ମନ୍ଦିର ପ୍ରମୁଖ ଘନଶ୍ୟାମ ପାଣି ପରିଚାଳନା କରିଥିଲେ ଏବଂ କୋଷାଧ୍ୟକ୍ଷ ବିକାଶ ଗୋୟଲ୍ ଧନ୍ୟବାଦ ଅର୍ପଣ କରିଥଲେ । ଶେଷରେ ଶାନ୍ତି ପାଠ କରାଯାଇ ସଭା ସାଙ୍ଗ କରାଯାଇଥିଲା ।

jittmm
Leave A Reply

Your email address will not be published.