ଜିଲ୍ଲା ନାଗରିକ କମିଟି ସଦସ୍ୟଙ୍କ ଟିକ୍ରାପଡା ୟୁ.ଜି.ଏମ୍‌.ଇ ସ୍କୁଲ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ନାଗରିକ କମିଟିର ମାଧ୍ୟମିକ ଶିକ୍ଷା ସବ୍‌ କମିଟିର ସଦସ୍ୟଗଣ ବ୍ରଜରାଜ ପୁରୋହିତଙ୍କ ନେତୃତ୍ୱରେ ସ୍ଥାନୀୟ ଟିକ୍ରାପଡା ୟୁ.ଜି.ଏମ୍‌.ଇ. ସ୍କୁଲ ପରିଦର୍ଶନ କରିଥିଲେ । ସଭ୍ୟ ପିତବାସ ପଣ୍ଡା, ଦିବାକର ହୋତା ଏବଂ ଧର୍ମବ୍ରତ ରଥ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ତ୍ରିପାଠି, ସିଆରସିସି ରଶ୍ମିତା ମହାନ୍ତି, ସ୍କୁଲ କମିଟି ସଭାପତି ଏବଂ ଶ୍ରେଣୀ ଶିକ୍ଷୟତ୍ରୀ ଗଣଙ୍କ ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ କାର୍ଯ୍ୟ ତଥା ସ୍କୁଲର ବିଭିନ୍ନ ସୁବିଧା, ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ସ୍କୁଲର ଅଫିସ କୋଠରୀ ନିର୍ମାଣ, ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ହିନ୍ଦୀ, ସଂସ୍କୃତ ତଥା ଖେଳ ଶିକ୍ଷକଙ୍କ ନିଯୁକ୍ତି, ଛାତ୍ରୀଙ୍କ ପାଇଁ ଟୟଲେଟର ବ୍ୟବସ୍ଥା, କମ୍ପ୍ୟୁଟର ଶିକ୍ଷା ପାଇଁ କମ୍ପ୍ୟୁଟର ଶିକ୍ଷକଙ୍କ ନିଯୁକ୍ତି, ସ୍କୁଲର ନିରାପତ୍ତା ଦୃଷ୍ଟିରୁ ଏକ ବାଉଣ୍ଡରୀ ୱାଲର ନିର୍ମାଣ, ଅଫିସ କାମ ପାଇଁ ଜଣେ କ୍ଲାର୍କ ଓ ପିଅନଙ୍କ ନିଯୁକ୍ତି ବିଷୟରେ ଆଲୋଚନା ହୋଇଥିଲା । କେନ୍ଦ୍ର ସ୍କୁଲ ହୋଇଥିବାରୁ ଏକ କନ୍‌ଫରେନ୍ସ ହଲ୍‌ ତଥା ପିଇବା ପାଣି ପାଇଁ ପାଣିଟାଙ୍କି ଓ ଟେପ୍‌ର ସଂଯୋଗିକରଣର ଅବଶ୍ୟକତା ଅନୁଭୁତ ହୋଇଥିଲା । ଏ ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷ ସୁଦୃଷ୍ଟି ପ୍ରଦାନ କଲେ ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଥିଲା ।

jittmm
Leave A Reply

Your email address will not be published.