ଆଜାଦୀ ଆରୁ ଆଜାଦ ପଥପ୍ରାନ୍ତ ନାଟକ ପରିବେଷିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟକ ଅନୁଷ୍ଠାନ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ଭବ୍ୟ ସମାରୋହରେ ହୋଇଯାଇଛି । ଇତ୍ୟ ଅବସରରେ ଅନୁଷ୍ଠାନ ପ୍ରାଙ୍ଗଣରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ମହାପୁରୁଷମାନଙ୍କର ଗୁଣ ଗାନ କରାଯାଇଥିଲା । ପରେ ଅନୁଷ୍ଠାନର କଳାକାର, ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନଙ୍କ ଦ୍ୱାରା ତ୍ରିରଙ୍ଗା ପରିକ୍ରମା କରାଯାଇଥିଲା । ଏହି ଅବସରରେ ହର ଘର ତ୍ରିରଙ୍ଗା ପାଇଁ ପତାକା ଘରକୁ ଘର ବଣ୍ଟନ ହୋଇଥିଲା । ନାଟ୍ୟକାର ରାଜକୁମାର ସାହୁଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ପଥପ୍ରାନ୍ତ ନାଟକ ଆଜାଦୀ ଆରୁ ଆଜାଦ ସଚେତନ ହେମା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଏହି ନାଟକକୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆହୁରି ଅନେକ ଜାଗାରେ ମଞ୍ଚସ୍ଥ କରିବାର ଯୋଜନା ରହିଛି ବୋଲି ଦଳମିଖ୍ୟ କୁଳମଣି ପଶାୟତଙ୍କ ମୁହଁରୁ ପ୍ରକାଶ । ବିଭିନ୍ନ କାର୍ଯ୍ୟକ୍ରମରେ ଘନଶ୍ୟାମ ସାହୁ, ହେମନ୍ତ ମହାକୁର, ଡୋଳାମଣି ସାହୁ, ଜୟନ୍ତ ସାହୁ, ମହେଦ୍ର ସାହୁ ଘନଶ୍ୟମ ଭୋଇ, ଗଣେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.