oum

ବୀଣାପାଣି ଶିକ୍ଷାଶୌଧ ତରଫରୁ ପରିବେଶ ଉପରେ ଆଲୋଚନା ଚକ୍ର ଓ ଚାରା ରୋପଣ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଇଁନ୍ତଲା ଠାରେ ଅବସ୍ଥିତ ବୀଣାପାଣି ଶିକ୍ଷାଶୌଧ ତରଫରୁ ପରିବେଶ ଉପରେ ଆଲୋଚନା ଚକ୍ର ଓ ଚାରା ରୋପଣ ହୋଇଯାଇଛି । ସ୍କୁଲର ପରଚାଳନା ନିର୍ଦ୍ଦେଶକ ଅଶୋକ ମେହେରଙ୍କ ସଭାପତିତ୍ୱରେ ଅତିଥି ଭାବରେ ରେଡକ୍ରସ ସାଧନ କର୍ମୀ ରବି ଚନ୍ଦ୍ର ପଶାୟତ, ସମାଜସେବୀ ଆକୁଳ ବେହେରା, ପରିବେଶବିତ୍‌ ନୀଳମଣିି ବିଶ୍ୱାଲ ଯୋଗଦେଇ ପରିବେଶ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୌମ୍ୟରଂଜନ, ନିଶାକାନ୍ତ ଭାଟି, ମିତ୍ରଭାନୁ, ତରଣୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ସ୍କୁଲର ଅଧ୍ୟକ୍ଷ ବାସନ୍ତୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.