oum

‘ପରୀ’ ହତ୍ୟା ମାମଲା : ଏସଆଇଟିର ଜୋର୍‌ଦାର୍‌ ଛାନ୍‌ଭିନ୍‌ : ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଅଭିଯୁକ୍ତ ବାବୁଲି ନାୟକ ଘରେ ତଦ‌ନ୍ତ

jsm

ନୟାଗଡ଼ : ପରୀ ହତ୍ୟା ମାମଲାର ସାରା ରାଜ୍ୟରେ ଚହଳ ସୃଷ୍‌ଷ୍ଟି କରିଥିବା ବେଳେ ଏସଆଇଟିର ଛାନ୍‌ଭିନ୍ ଜୋରଦାର ଆର‌ମ୍ଭ ହୋଇଯାଇଛି । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଘଟଣାର ବିଭିନ୍ନ ଦିଗ ଉପରେ ତଦ‌ନ୍ତ ଚାଲିଛି । ପରୀ ମୃତ୍ୟୁର ଅଭିଯୁକ୍ତ ବୋଲି କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ଗତକାଲି ଚଢ଼ାଉ କରିଛ‌ନ୍ତି ଏସଆଇଟି ଟିମ୍ । ବାବୁଲି ନାୟକଙ୍କ ଘରର ସମସ୍ତ କୋଠରୀକୁ ଯାଂଚ କରାଯାଇଛି । ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ଏକ ଘଂଟା ଧରି ଜେରା କରିଥିଲେ ଏସଆଇଟି ଟିମ୍‌ । ପରେ ବାବୁଲିଙ୍କ ଡ଼୍ରାଇଭର ବିଜୟ ବେହେରାଙ୍କୁ ମଧ୍ୟ ଇଟାମାଟିରୁ ଉଠାଇ ନେଇଥିଲା ପୋଲିସ । ଉଭୟଙ୍କୁ ସର୍‌କିଟ ହାଉସରେ ଜେରା କରାଯାଇଥିଲା । ନୟାଗଡ଼ ପୋଲିସ ଅଧିକାରୀଙ୍କ ଏକ ଦଳ ମଧ୍ୟ ୨ ଘଂଟା ଧରି ତାଙ୍କୁ ପଚରା ଉଚରା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.