ନାବାଳିକା ପରୀ ମୃତ୍ୟୁ ମାମଲାକୁ ନେଇ ଆଜି ନୟାଗଡ ଗସ୍ତରେ ଟିମ୍‌ ବିଜେପି

ନୟାଗଡ : ବହୁ ଚର୍ଚ୍ଚିତ ନାବାଳିକା ପରୀର ମୃତ୍ୟୁ ମାମଲାକୁ ନେଇ ଆଜି ଯଦୁପର ଠାରେ ପହଚିଂଛି ବିଜେପିର ସ୍ୱତନ୍ତ୍ର ଟିମ୍‌ । ଉଚିତ୍‌ ତଦନ୍ତ କରିବା ପାଇଁ ବିଜେପି ସରକାରଙ୍କ ଠାରେ ଦାବୀ କରିଆସୁଛି । ଏହି ଟିମ୍‌ ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ରାଜ୍ୟ ବିଜେପି କାର୍ଯ୍ୟଳୟରୁ ବାହାରି ଯଦୁପୁର ପୀଡିତା ନାବାଳିକା ପରୀର ପରିବାରଙ୍କ ଠାରେ ପହଂଚିଛନ୍ତି । ତେବେ ବିରେଧୀ ଦଳ ପକ୍ଷରୁ ପରୀର ମୃତ୍ୟୁ ମାମଲାକୁ ସିବିଆଇ ତଦନ୍ତ କରିବ ଏବଂ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ନେଇ ବିଧାନସଭା ଗୃହରେ ଦାବୀ କରାଯାଇ ବିଧାନସଭାକୁ ଅଚଳ କରାଯାଇଥିଲା । ପରୀକୁ ଯୋଉଁ ଦିନ ପର୍ଯ୍ୟନ୍ତ ନ୍ୟାୟ ନ ମିଳିବ, ସେହି ଦିନ ପର୍ଯ୍ୟାନ୍ତ ଆମ ଏହି ଲଢେଇ ଜାରି ରହିବ ବୋଲି ବିଜେପି ପକ୍ଷରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ।

Leave A Reply

Your email address will not be published.