ସ୍ବାମୀ ଦାମୋଦର ସଦା ବାବା ହତ୍ୟା ଘଟଣାର ପର୍ଦ୍ଦାଫାସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପ ନିକଟରେ ଅବସ୍ଥିତ ବାଳ ଯୋଗେଶ୍ବରୀ ଆଶ୍ରମ ପରିସରରେ ଘଟିଥିବା ସ୍ବାମୀ ଦାମୋଦର ସଦା ବାବା ହତ୍ୟା ଘଟଣାରେ ଜଣକୁ ଗିରଫ କରି ପୋଲିସ ରହସ୍ୟର ପର୍ଦ୍ଦାଫାସ କରିଛି । ଅଭିଯୁକ୍ତ ରେଙ୍ଗାଲି କ୍ୟାମ୍ପର ସୁରେନ ପଟେଲ(୨୯) । ଏ ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସଡିପିଓ ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇଥିଲେ । ସୂଚନା ମତେ ଅଭିଯୁକ୍ତ ସୁରେନ ସ୍ବାମୀ ଦାମୋଦର ସଦା ବାବାଙ୍କ ସହ ପୂର୍ବରୁ ଚିହ୍ନା ପରିଚୟ ଥିଲା ଏବଂ ଆଶ୍ରମକୁ ଯିବା ଆସିବା କରୁଥିଲା । ତେବେ ତାର ଆର୍ଥିକ ସମସ୍ୟା ଦେଖାଦେବାରୁ ଅର୍ଥ ଲୋଭରେ ସେ ବାବାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିବା ଏସଡିପିଓ ଶ୍ରୀ ଗୋଚ୍ଛାୟତ ପ୍ରକାଶ କରିଥିଲେ । ଅତାବିରା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ କେଶ ନପ୍ସ.୫୦/୨୧ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି ବୋଲି କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.