ଧର୍ମ ପରାୟଣା ମହିଳା ସତ୍ୟଭାମାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମର ସୁନାମ ଧନ୍ୟ ଶିକ୍ଷକ ସ୍ୱର୍ଗତ ସୁବଳ ସାହୁଙ୍କ ଧର୍ମପତ୍ନୀ ଧର୍ମ ପରାୟଣା ସତ୍ୟଭାମା ସାହୁଙ୍କ ୮୪ ବର୍ଷ ବୟସରେ ଗତ ବୁଧବାର ଅପରାହ୍ନ ଚାରିଟା ସମୟରେ ସ୍ୱର୍ଗପ୍ରାପ୍ତି ହୋଇଯାଇଛି । ସେ ଦୀର୍ଘ ଦିନରୁ ପକ୍ଷାଘାତ ରୋଗରେ ପୀଡିତ ଥିଲେ । ତାଙ୍କର ବଡ଼ପୁଅ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରମୋଦ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ପଛରେ ସେ ତାଙ୍କର ଅନ୍ୟ ଦୁଇ ପୁଅ ପ୍ରସନ୍ନ ଓ ପ୍ରତାପ, ତାଙ୍କର ପୁତ୍ରବଧୂ, ନାତି ଓ ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି । ତାଙ୍କ ବିୟୋଗରେ ଗ୍ରାମରେ ବିଷାଦର ଛାୟା ଖେଳିଯାଇଛି । ଗ୍ରାମର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.