ଅଗ୍ରଣୀ ଚାଷୀ ସୁବାସ ପଣ୍ଡାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ବିଜମରା ଅନ୍ତର୍ଗତ ଅଗ୍ରଣୀ ଚାଷୀ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଭବାନୀପାଟଣା ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ଏକାଧାରରେ ଜଣେ ସଫଳ ଚାଷୀ ସହିତ ସମାଜ ସଂଗଠକ, ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଯଥେଷ୍ଟ ଅବଦାନ ବିଶେଷକରି ଗରିବ କଲ୍ୟାଣ ପାଣ୍ଠି ପ୍ରଚଳନ କରି ବିଶେଷ ପରିଚୟ ସୃଷ୍ଟି କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ହୋଇଥିଲା । ତାଙ୍କର ଚାରି ପୁତ୍ର ମଧ୍ୟରୁ ବଡ଼ ପୁଅ ପ୍ରଦୀପ ମୁଖାଗ୍ନି ଦେଇ ଥିବା ବେଳେ ଅନ୍ୟ ତିନି ପୁଅ ପ୍ରମୋଦ, ପ୍ରକାଶ ଓ ପ୍ରଭାତ ସହିତ ସମସ୍ତ ପରିବାର ଉପସ୍ଥିତ ଥିଲେ । ଏକ ଶୋକାକୁଳ ପରିବେଶରେ ଜନ୍ମ ମାଟିରେ ଅନ୍ତିମ ସଂସ୍କାର କରାଯାଇଥିଲା । ଅଞ୍ଚଳରେ ଧନୀ, ଗରିବ, ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ରଖିଥିଲେ । ବିଭିନ୍ନ ଶୁଭ ଅଶୁଭ କାମରେ ଯୋଗଦେଇ ସକ୍ରିୟ ଅଂଶ ଗ୍ରହଣ କରିବା ସହ ସ୍କୁଲ କଲେଜ ମନ୍ଦିର ଇତ୍ୟାଦି ନିର୍ମାଣ ଓ ପରିଚାଳନା କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଦୀର୍ଘ ବର୍ଷ ଧରି ଗରିବ ପାଣ୍ଠି ପରିଚାଳନା ମୃଦୁଭାଷୀ, ସ୍ପଷ୍ଟବାଦୀ, ନିର୍ଭିକ, ନ୍ୟାୟୋଚିତ ବ୍ୟବହାର, ଏଡପ୍‌ଟେବୁଲ୍‌, ପ୍ରୋଗ୍ରେସିଭ୍‌ ବିଚାରଧାରା, କାହାରି ଉପରେ ବୋଝ ନ ହେବା ତାଙ୍କ ବ୍ୟକ୍ତିତ୍ୱ ଥିଲା । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କର୍ମଠ ଥିଲେ । ସେ ଏକ ବିରଳ ବ୍ୟକ୍ତିତ୍ଵର ଥିଲେ । ଆଜି ଅନ୍ତେଷ୍ଟିକ୍ରିୟାରେ ଗାଁ ତଥା ଅଞ୍ଚଳର ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!