ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ଦାଶଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ତଥା କୀର୍ତ୍ତନ୍ୟ ଗୁରୁ ସତ୍ୟନାରାୟଣ ଦାଶଙ୍କ ଆଜି ପୂର୍ବାହ୍ନରେ ମାଲପଡ଼ା ସ୍ଥିତ ବାସଭବନରେ ପରଲୋକ ହୋଇ ଯାଇଛି । କ୍ରୀଡା ଶିକ୍ଷକ ଭାବେ ଭୁତିଆରବାହାଲ ସ୍ଥିତ ସଚ୍ଚିଦାନନ୍ଦ ହାଇସ୍କୁଲରେ ପ୍ରାୟ ୩୬ ବର୍ଷ ଧରି କାର୍ୟ୍ୟ କରିବା ପରେ ୨୦୦୮ ମସିହାରେ ସେ ଅବସର ଗ୍ରହଣ କରିଥିଲେ । ବିଗତ ଏକ ବର୍ଷ ହେବ ସେ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବା ବେଳେ ତାଙ୍କ ସ୍ତ୍ରୀ, ପରିବାର ଲୋକେ ତାଙ୍କର ସେବା କରୁଥିଲେ । ଆଜି ସକାଳୁ ହଠାତ୍‌ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ଦିନ ଏଗାରଟା ସମୟରେ ତାଙ୍କର ମାଲପଡା ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ସମୟରେ ତାଙ୍କ ନିକଟରେ ସ୍ତ୍ରୀ ନିରୁପମା, ବଡ ପୁଅ ଆନନ୍ଦ, ବୋହୁ ଶାଶ୍ୱତା, ସାନ ପୁଅ ଶଶାଙ୍କ, ଏକ ମାତ୍ର ଝିଅ ରଞ୍ଜିତା, ଜ୍ୱାଇଁ ଅଜିତ, ନାତି ଆଶୁତୋଷ, ନାତୁଣୀ ସିଦ୍ଧି, ବଡ ଭାଇ ଶମ୍ଭୁ ଓ ସାନ ଭାଇ ସନ୍ତୋଷ ଓ ଝିଆରୀ ପୁତୁରାମାନେ ଉପସ୍ଥିତ ଥିଲେ । ବିଭୂତିପଡା ସ୍ଥିତ ଶଶ୍ମାନରେ ତାଙ୍କର ଶେଷ କୃତ୍ୟ ସଂପର୍ଣ୍ଣ କରଯାଇଥିଲା । ବଡ ପୁଅ ଆନନ୍ଦ ମୁଖାଗ୍ନୀ ଦେଇଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.