oom

ୱାର୍ଡ ସଭ୍ୟରେ ପ୍ରତିଦ୍ୱନ୍ଦିତା କରିଥିବା ପ୍ରାର୍ଥୀଙ୍କ ପରଲୋକ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ୨୬ ଗୋଟି ଗ୍ରାମ ପଂଚାୟତରେ ଚଳିତ ତ୍ରିସ୍ତରୀୟ ପଂଚାୟତର ତୃତୀୟ ପର୍ଯ୍ୟାୟ ଭୋଟ ଦାନ ଗତ ଫେବୃୟାରୀ ୨୦ ତାରିଖ ଦିନ ଶେଷ ହୋଇ ସାରିଥିବା ବେଳେ ୱାର୍ଡ ମେମ୍ବର ପଦ ପାଇଁ ପ୍ରତିଦ୍ୱନ୍ଦିତା କରିଥିବା ଜଣେ ପ୍ରାର୍ଥୀଙ୍କ ଗୁରୁବାର ଚିକିତ୍ସା ଧିନ ଅବସ୍ଥାରେ ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚନାବେଡା ଗ୍ରାମ ପଂଚାୟତ ଅନ୍ତର୍ଗତ ରୋହେନପଦର ଗ୍ରାମର ୱାର୍ଡ ମେମ୍ବର ପଦବୀ ପାଇଁ ଚୈତନ୍ୟ ତାଣ୍ଡି, ମହେନ୍ଦ୍ର ସୁନାନୀ ଓ ସୁବାଷ ସୁନାନୀ ୩ ଜଣ ପ୍ରାଥି ପ୍ରତିଦ୍ୱନ୍ଦିତା କରିଥିଲେ । ହେଲେ ଆଜି ମହେନ୍ଦ୍ର ସୁନାନୀ (୩୦)ଙ୍କ ବୁର୍ଲା ହସ୍ପିଟାଲରେ ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟ ହୋଇଯାଇଥିବା ଜଣାପଡ଼ିଛି ।

ସୂଚନା ଥାଉକି ଗତ ୨୮ ଜାନୁୟାରୀରେ ତାଙ୍କ ଗୋଡରେ ଏକ ବାଉଁଶ ଖୁଟି ପଶି ଯାଇଥିଲା । ସେ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସା ହେଉଥିଲେ ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ବେଶୀ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ମହେନ୍ଦ୍ର ସୁନାନୀଙ୍କ ପରଲୋକ ହୋଇଯାଇଛି । ଏନେଇ ଖଡ଼ିଆଳ ବିଡ଼ିଓଙ୍କୁ ପଚାରିବାରୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ସରି ଯାଇଥିବାରୁ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ କାଉଣ୍ଟିଙ୍ଗ ହେବ ଓ ସେ ଯଦି ଏହି ନିର୍ବାଚନରେ ଜିତନ୍ତି ତେବେ ଆଉଥରେ ୱାର୍ଡ ମେମ୍ବର ପଦ ପାଇଁ ଭୋଟ ହେବ ବୋଲି ଖଡ଼ିଆଳ ବିଡିଓ ନାରାୟଣ ସାହୁ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.