କୁଚ ବେହାର ଟ୍ରଫି କ୍ରିକେଟ ୪ର୍ଥ ଦିବସରେ କର୍ଣ୍ଣାଟକ ବିଜୟୀ ଓଡିଶାର ଇଂନିସ ପରାଜୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀଷ୍ଟାଡିୟମ ଠାରେ ଓଡିଶା ବନାମ କର୍ଣ୍ଣାଟକ ୪ ଦିବସୀୟ କୁଚ ବେହାର ଟ୍ରଫି ଚତୁର୍ଥ ତଥା ଅନ୍ତିମ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଦିବସର ଖେଳରୁ ସଂଗୃହିତ ୭ ୱିକେଟ ବିନିମୟରେ ୨୧୧ ରନରୁ ଆଜିର ଖେଳ ଆରମ୍ଭକରି ଓଡିଶା ଆଜି ସମୁଦାୟ ୨୪୬ ରନରେ ଅଲ ଆଉଟ ହୋଇଯାଇଥିଲେ । ଓଡିଶା ଦଳ ତରଫରୁ ସ୍ୱାଗତ ସୌରଭ ମିଶ୍ର ସର୍ବାଧିକ ୫୦ ରନ୍‌ ଓ ସମ୍ବିଦ ବେଜ ୪୪ ରନ୍‌ ସଂଗ୍ରହ କରିଥିଲେ । କର୍ଣ୍ଣାଟକ ଦଳ ପକ୍ଷରୁ ସଫଳ ବୋଲର ଭାବରେ ରତନ ବି.ଆର. ସର୍ବାଧିକ ୬ଟି ୱିକେଟ ଏବଂ ଅକସଦ ପ୍ରଭାକର ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ଫଳତଃ ୪ ଦିନ ବ୍ୟାପି ଚାଲିଥିବା ଏହି ଟ୍ରଫି କ୍ରିକେଟ ମ୍ୟାଚକୁ କର୍ଣ୍ଣାଟକ ଦଳ ଏକ ଇନିଂସ ଏବଂ ୫୩ ରନରେ ବିଜୟ ଲାଭ କରିଛି । ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂହ, କୋଷାଧ୍ୟକ୍ଷ ହେମନ୍ତ ବେହେରା, କ୍ରୀଡା ସଂପାଦକ ବିଭୂତି ପଣ୍ଡା, ବରିଷ୍ଠ ସଭ୍ୟ ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ମିଶ୍ର, ଗୌର ଚନ୍ଦ୍ର ପ୍ରଧାନ, ଓଡିଶା ଟିମ୍‌ ମ୍ୟାନେଜର ପୃଥ୍ୱୀରାଜ ମିଶ୍ର, ଅରୁଣ କୁମାର ନାୟକ, ସ୍ୱାଗତ ଶୁଭଙ୍କର ତ୍ରିପାଠୀ, ମୁନସି ସୋରେନ, ଅମିତ ମଛଖଣ୍ଡ, ହୃଦୟ ଶବର, ସୁମନ୍ତ ଦାସ, ଜିତୁ କୁମାର ଦଳାଇ, ନରସିଂସ୍ୱାମୀ ନାଇଡୁ, ସୁଦୟ ବାରିକ, ସୁଧାଂଶୁ ସେଠ, ଦଶରଥ କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.