oom

ନୂତନ ବର୍ଷର ପଞ୍ଜିକା ଉନ୍ମୋଚନ

jsmm

ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀ ଶ୍ରୀ ମା’ମାଣିକେଶ୍ୱରୀ ଡ଼ୁକୁରୀ ଦେବୀ ପଂଜିକା ଉନ୍ମୋଚନ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଟୁର୍ଚ୍ଚି ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେଇଯାଇଛି । ସଚ୍ଚିଦାନନ୍ଦ ଦାସ(ସୋନପୁର)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ବୁଧେନ୍ଦ୍ର ପ୍ରତାପ ସିଂହଦେଓ,ସମ୍ମାନୀତ ଅତିଥି ଭାବେ ବିଶିଷ୍ଠ ଗବେଷଣ ଐତିହାସିକ ମିହିରେନ୍ଦ୍ର ପ୍ରତାପ ସିଂହଦେଓ, ପଂଜିକା ମୁଖ୍ୟ ଗଣକ ମଧୁସୂଦନ ମିଶ୍ର(ସୋନପୁର), ମୁଖ୍ୟବକ୍ତା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପଂଜିକାର ସଭାପତି ସନ୍ତୋଷ ନନ୍ଦ, ଯୋରାଡ଼ୋବରା ଆଂଚଳିକ ବ୍ରାହ୍ମଣ ସମାଜ ସଭାପତି ରବି ନନ୍ଦ, ସମ୍ପାଦକ ଡ଼ୋଳାମଣି ରଥ, ପଂଜିକା ସହକାରୀ ଗଣକ ପ୍ରେମରାଜ ନନ୍ଦ ପ୍ରମୁଖ ମଂଚାସୀନ ରହି, ଉକ୍ତ ପଂଜିକା ଓ ଗଣନା ସଂପର୍କରେ ସୂଚନା ସହିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ପାଦନା ମଣ୍ଡଳୀର ତ୍ରିଲୋଚନ ଦାଶ, ବିଜୟ ଦାଶ, ନୃପରାଜ ସାହୁ, ମଧୁସୂଦନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଅତିଥିମାନେ ଏହି ପଂଜିକାର ନିର୍ଭୁଲ ଗଣନା ସହିତ ତୃଟିଶୂନ୍ୟ ମୁଦ୍ରଣ କରିବା ସହ ଓଡ଼ିଶାର ପର୍ବପର୍ବାଣୀ ତଥା କଳାହାଣ୍ଡିର ପର୍ବକୁ ଅନୁସରଣ କରାଯାଇ ମୁଦ୍ରିତ ହେଇଛି ବୋଲି ସୂଚନା ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.