ଛତ୍ରପୁର ରୋଟାରୀ କ୍ଲବ୍‌ର ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ୍‌ର ୧୭ତମ ପ୍ରତିଷ୍ଠା ଦିବସ କ୍ଲବ୍‌ର ସଭାପତି ରୋଟାରୀଆନ୍ ଡ. ବିମଲ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସରେ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି. ଅଜୟ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ଲବ୍‌ର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିବା ସାଂଗକୁ କ୍ଲବ୍‌ର ଭୂୟସୀ ପ୍ରଶଂସିତ କରିଥିଲେ । ଜୋନାଲ ଅଧ୍ୟକ୍ଷ ରୋଟାରୀୟାନ୍ ମିହିର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କ୍ଲବ୍‌ର ଗାରିମା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପ୍ରତିପାଦିତ କରିଥିଲେ । କ୍ଲବ୍‌ର ପ୍ରତିଷ୍ଠା ସମ୍ପାଦକ ରୋଟାରୀଆନ୍‌ ସୁରଜିତ ସାମନ୍ତରାୟ ରୋଟାରୀ କ୍ଲବ ଦ୍ଵାରା କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ରୋଟାରୀୟାନ୍ ଧନଞ୍ଜୟ ରେଡ୍ଡୀ ଓ ସୁଜିତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ଲବ ସମ୍ପାଦକ ଦ୍ଵାରିକା ପଟ୍ଟନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଶେଷରେ ରୋଟାରୀ ପରିବାରଙ୍କ କୁନିକୁନି ପିଲାମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ତାଳରେ ନୃତ୍ୟ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.