oom

ହାଟପଦାପଡ଼ା ବୀଣାପାଣି ଯୁବକ ସଙ୍ଘ ତରଫରୁ ହନୁମାନ ଜନ୍ମ ଉତ୍ସବ ପାଳିତ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ହାଟପଦାପଡ଼ାର ବୀଣାପାଣି ଯୁବକ ସଙ୍ଘ ତରଫରୁ ୧୬ତମ ହନୁମାନ ଜନ୍ମ ଉତ୍ସବ ଅତି ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସକାଳୁ ପୂଜାର୍ଚ୍ଚନା, ହୋମଯଜ୍ଞ କରିବା ପରେ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ସଙ୍ଘ ତରଫରୁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ପୂଜକ ଶଙ୍କର ଲାଲ ଶର୍ମା ପୂଜା କାର୍ଯ୍ୟ କରିଥିବା ବେଳେ କର୍ତ୍ତା ଭାବେ ଯୁଧିଷ୍ଠିର ତାଣ୍ଡି ଏବଂ ସପତ୍ନୀ ମିନତୀ ତାଣ୍ଡି ପୂଜାରେ ବସିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କମିଟିର ସହଦେବ ସିନ୍ଦୂର, ଜ୍ୟୋତି ବାଗ, ଦୁର୍ଗା ପ୍ରସାଦ ସୁନା, ଦାମ ମଛଖଣ୍ଡ, ପ୍ରଦ୍ୟୁମ୍ନ କୁମ୍ଭାର, ଗୁରିଆ ସୁନା, ଚନ୍ଦନ ବାଗ, ରୋଶନ ସୁନା, ପବିତ୍ର ମଛଖଣ୍ଡ, ରତନ ଭରାସାଗର, ଗଣପତ ବାଗ୍, ହମିଦ ଭରାସାଗର, ମନିଷ ମଛଖଣ୍ଡଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.