lika

ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

gbag

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଷ୍ଟ୍ରୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବଲାଙ୍ଗିର କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲା କାର୍ୟ୍ୟାଳୟରେ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ କରିବା ସହ ଜିଲ୍ଲା ନଗର ସଭାପତି ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଓ ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ୟ୍ୟଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଅଛି । ଏଥିରେ ଜିଲ୍ଲାର ଅନ୍ୟାନ୍ୟ ନେତୃବୃନ୍ଦଙ୍କ ମଧ୍ୟରେ ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ନଗର ପ୍ରଚାରକ ଚକ୍ରପାଣି ମିଶ୍ର, ମହାସଚିବ ସୁନୀଲ ମିଶ୍ର, ଜିଲ୍ଲା କୋଷାଧକ୍ଷ ସୁଶୀଲ ସାହୁ, ପାଟଣାଗଡ ବ୍ଲକ ସଭାପତି ସୁବ୍ରତ କୁଅଁର, ଦେବରାଜ ନାଗ, ପାର୍ଥ କର୍ଣ୍ଣ, ବିକାଶ ମିଶ୍ର, ସମୀର ମହାକୁର, ଆଲୋକ ପଣ୍ଡା, ରବୀନ୍ଦ୍ର ନାୟକ, ଭାସ୍କର ରାଓ, ରମେଶ ବାଗ, ଆଲୋକ ତ୍ରିପାଠୀ, ବୁଲୁ ପର୍ଡ଼ିଆ, ପୀତାମ୍ବର ଷକ୍ଷଣ୍ଡ ଓ ଜିଲ୍ଲାର ଅନ୍ୟାନ୍ୟ କାର୍ୟ୍ୟକର୍ତ୍ତା ଯୋଗ ଦେଇ ସଭାକୁ ସଫଳତାର ସହ ଆୟୋଜନ କରିଥିଲେ । ସଭାର ପରିଶେଷରେ ମିଷ୍ଟାନ୍ନ ବଣ୍ଟନ କାର୍ୟ୍ୟକ୍ରମ କରାଯାଇଥିଲା ।

babaa
Leave A Reply

Your email address will not be published.