oom

ସେମଫୋର୍ଡ ଫ୍ୟୁଚରିଷ୍ଟିକ ସ୍କୁଲ ବଲାଙ୍ଗିରର ବାର୍ଷିକ ଉତ୍ସବ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସେମଫୋର୍ଡ ଫ୍ୟୁଚରିଷ୍ଟିକ ସ୍କୁଲ, ବଲାଙ୍ଗିରର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ଉକ୍ତ ଉତ୍ସବରେ ସୁନିଲ ପଣ୍ଡା, ଅବସରପ୍ରାପ୍ତ ଅଧ୍ୟକ୍ଷ ଜବାହାର ମହାବିଦ୍ୟାଳୟ ପାଟଣାଗଡ଼, ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଉତ୍ସବର ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଡ. ଛାୟାକାନ୍ତ ଷଡଙ୍ଗୀ, ଅବସରପ୍ରାପ୍ତ ଅଧ୍ୟକ୍ଷ, ଡିଏଭି କଲେଜ ଟିଟିଲାଗଡ଼ ଯୋଗ ଦେଇଥିବା ବେଳେ ସ୍କୁଲ ଚେୟାରମେନ ସଞ୍ଜୀବ କୁମାର ରଥ, ସ୍କୁଲ ଶୈକ୍ଷିକ ନିର୍ଦ୍ଦେଶିକା ଶ୍ରୀମତୀ ନୀଲମ ରଥ, ସ୍କୁଲ ନିର୍ଦ୍ଦେଶକ ଆଶିଷ କୁମାର ରଥ, ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ପ୍ରତି ପ୍ଳାବିନୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଉତ୍ସବଟି ପାଳିତ ହୋଇଥିଲା । ଏହି ଅବସରରେ ଅତିଥିମାନଙ୍କ ଗହଣରେ ଶାସ୍ତ୍ରୀୟ ନୃତ୍ୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ବଲିଉଡ ଅଭିନେତା ଦେବତୋଷ ଦର୍ଜୀଙ୍କ ତତ୍ୱାବଧାନରେ ମୋବାଇଲ ଫୋନର ଅପକାରିତା ଉପରେ ମିମି ଆକ୍ଟ, ଯୋଗର ଉପକାରିତା ନେଇ ଯୋଗ ପରିବେଷଣ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରିକି ପୁରୋହିତ ଧନ୍ୟବାଦ ଅର୍ପଣ କରି ଉତ୍ସବଟିକୁ ସାଙ୍ଗ ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.