ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅଗସ୍ତି ନୂଆଁଗାଁ ନିକଟରେ ଅବସ୍ଥିତ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନରେ ୬୩ତମ ସହିଦ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବାଟାଲିୟନ ଦୁର୍ଗପତି ସୂର୍ଯ୍ୟ ନାରାୟଣ ମଲିକ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସହିଦମାନଙ୍କ ବୀରତ୍ୱ ଉଦ୍ଦେଶ୍ୟକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସିପାହୀମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପଠନ କରିଥିଲେ । ୨୦୨୧-୨୨ ବର୍ଷରେ ଭାରତର ବିଭିନ୍ନ ରାଜ୍ୟର ୨୬୫ ଜଣ ସହିଦ ହୋଇଥିବା ସିପାହୀମାନଙ୍କ ନାମ ପଠନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କର୍ତ୍ତବ୍ୟ ନିଷ୍ଠା, ବଳିଦାନ ଓ ତ୍ୟାଗ ସିପାହୀମାନଙ୍କ ଦେଶପ୍ରେମ ବୋଲି ମତ ପ୍ରକାଶ ପାଇଥିଲା । ସାଧାରଣ ଜନତା ସୁରକ୍ଷା ଶାନ୍ତି ପ୍ରତିଷ୍ଠା ରଖିବା ସିପାହୀଙ୍କ ପ୍ରଥମ କର୍ତ୍ତବ୍ୟ ଓ ଧର୍ମ ବୋଲି କମାଣ୍ଡେଣ୍ଟ ଶ୍ରୀ ମଲିକ ତାଙ୍କ ଭାଷଣରେ ପରିପ୍ରକାଶ କରିଥିଲେ । ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଲକ୍ଷ୍ମୀ ନାରାୟଣ ବେହେରାଙ୍କ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଡେପୁଟି କମାଣ୍ଡେଣ୍ଟ ପ୍ରଫୁଲ୍ଲ କୁମାର ସିଂ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଅରୁଣ କୁମାର ପ୍ରଧାନ, ଜ୍ୟୋତି ରଞ୍ଜନ ନାୟକ, ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ, ସମ୍ପାଦକ ମରୁତ କୁମାର ପରିଡା ପ୍ରମୁଖଙ୍କ ସହ ସମସ୍ତ ଅଫିସର, ସଙ୍ଘ କର୍ମକର୍ତ୍ତା ଓ ସିପାହୀମାନେ ଉପସ୍ଥିତ ରହିଥିଲେ ।
Next Post