oom

ଦେଓଗାଁରେ ଉଗ୍ରେସନ ମାହାରାଜଙ୍କ ଜୟନ୍ତୀ ପାଳିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରେ ମରୱାଡି ମହିଳା ସମିତି ତଥା ଅଗ୍ରୱାଲ ସମାଜ ପକ୍ଷରୁ ଗତକାଲି ମହାରାଜ ଉଗ୍ରେସନଙ୍କ ଜୟନ୍ତୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦେଓଗାଁ କଛାରପାଲିର ଜଗନ୍ନାଥ ମନ୍ଦିରରୁ ଅପରାହ୍ନ ସାଢ଼େ ୩ଟା ସମୟରେ ମହାରାଜ ଉଗ୍ରେସନଙ୍କ ଫଟୋଚିତ୍ରକୁ ରଥାରୁଢ଼ କରି କଛାରପାଲି ଦେଓଗାଁ ବସଷ୍ଟେସନ ପର୍ଯ୍ୟନ୍ତ ପରିକ୍ରମା କରାଯାଇଥିଲା । ଅପରାହ୍ନ ୫ଟା ସମୟରେ ଅଗ୍ରୱାଲ ସମାଜର ବରିଷ୍ଠ ସଦସ୍ୟ ମଣ୍ଟୁରାମ ଅଗ୍ରୱାଲ ଦ୍ୱାରା ଦୀପ ପ୍ରଜ୍ୱଳନ ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦେଓଗାଁର ସମସ୍ତ ମାରୱାଡି ପରିବାର ଆବାଳ ବୃଦ୍ଧ ବନିତା ଯୋଗ ଦେଇଥିଲେ । ପରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରିଶେ‌ଷରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଥିଲା । ସୂଚନା ଯୋଗ୍ୟ ଯେ, ପ୍ରଥମ ବର୍ଷ ଏହିପରି ମହାରାଜ ଉଗ୍ରେସନ ଜୟନ୍ତୀ ଦେଓଗାଁ ମାରୱାଡି ମହିଳା ସମିତି ଓ ଅଗ୍ରୱାଲ ସମାଜ ଦ୍ୱାରା ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମହିଳା ସମିତି ସଭାନେତ୍ରୀ ଅଞ୍ଜୁ ଅଗ୍ରୱାଲ, ସଂପାଦିକା ସବିତା ଅଗ୍ରୱାଲ, କୋଷାଧ୍ୟକ୍ଷା ତିଲକା ଅଗ୍ରୱାଲ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ମଣ୍ଟୁରାମ ଅଗ୍ରୱାଲ, ରାମକୁମାର ଅଗ୍ରୱାଲ, ମିଠୁଲାଲ ଅଗ୍ରୱାଲ, ବିରଦିଚନ୍ଦ୍ର ଅଗ୍ରୱାଲ, ଗୋପାଳ ଚନ୍ଦ୍ର ଅଗ୍ରୱାଲ, ସୁନ୍ଦରଲାଲ ଅଗ୍ରୱାଲ ମୋହନ ଲାଲ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.