ଯୁବ ହଷ୍ଟେଲ୍‌ସ୍‌ ପକ୍ଷରୁ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ଭାରତୀୟ ଯୁବ ହଷ୍ଟେଲ୍‌ସ୍‌ ରାଉରକେଲା ଶାଖା ଆନୁକୁଲ୍ୟରେ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି । ପରିବେଶର ସନ୍ତୁଳନ ରକ୍ଷା ଉଦ୍ଦେଶ୍ୟରେ ଆୟୋଜିତ ଏହି ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯୁବ ହଷ୍ଟେଲ୍‌ସ୍‌ ରାଉରକେଲା ଶାଖାର ଅଧ୍ୟକ୍ଷ ବୁଦ୍ଧ ଦେବ ବାସୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ହଷ୍ଟେଲ୍‌ସ୍‌ର ପ୍ରାକ୍ତନ ଅଧ୍ୟକ୍ଷ ତଥା ଆର୍‌ଏସପିର ପ୍ରାକ୍ତନ ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି କହିଥିଲେ ଯେ, ଆମମାନଙ୍କୁ ପରିବେଶ ସୁରକ୍ଷା ନେଇ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହିତ ପରିବେଶର ସନ୍ତୁଳନ ରକ୍ଷା ନ ହେଲେ ଏହା ଜୀବଜଗତ ପ୍ରତି ବିପଦପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକଟ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବ ହଷ୍ଟେଲ୍‌ସ୍‌ର ଜାତୀୟ ପରିଷଦ ସଭ୍ୟ ନିରଞ୍ଜନ ବେହେରା ପରିବେଶ ସୁରକ୍ଷା ନେଇ ଯୁବ ହଷ୍ଟେଲ୍‌ସ୍‌ ଧାରାବାହିକ ଭାବରେ ସଚେତନତା ଜାଗ୍ରତ କରିଆସୁଛି ଏବଂ ଆଗାମୀ ପିଢ଼ି ଏ ଦିଗ ପ୍ରତି ଯତ୍ନବାନ ହେବାକୁ ମତବ୍ୟକ୍ତ କରିଥିଲେ । ପରେ ମୁଖ୍ୟ ଅତିଥି ବିଦ୍ୟାଳୟର କୃତି ପ୍ରତିଯୋଗୀ ଅନନ୍ୟା ପ୍ରିୟଦର୍ଶନୀ, ଦୀପାଶୁ ସାହୁ, ସମୀକ୍ଷା ଜେନା, ଇସନ ନାୟକ ଏବଂ ମହାବିଦ୍ୟାଳୟର କୃତି ପ୍ରତିଯୋଗୀ ଗୁରୁଦୀପ ବେହେରା, କାବ୍ୟା ଶ୍ରୀ ଚଇନି, ପ୍ରତିଶ୍ରୁତି ମହାପାତ୍ରଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀମାନେ ମତ ବିନିମୟ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ଲେଙ୍କା, ସରୋଜ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ମିଶ୍ର, ରୁଷି ଦାସ, ପଙ୍କଜ କୁମାର ପାଢ଼ୀ, ସୁଚିତ୍ରା ମଲ୍ଲିକ, ସୁଲୋଚନା ମିଶ୍ର, ପ୍ରଣତୀ ପାଢ଼ୀ, ଅମିତା ଜୈନ, ମିନତୀ ମହାନ୍ତି, ଅରୁନ୍ଧତୀ ସ୍ୱାଇଁ, ଶାନ୍ତା କୋଲା, ଶାନ୍ତି ଦାସ, ବିଦିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଅଧ୍ୟକ୍ଷ ବୁଦ୍ଧ ଦେବ ବାସୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ନିରଞ୍ଜନ ସାମଲ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଆଶିଷ ବିଶ୍ରା ହେମ୍ରମ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.