ବ୍ୟାଙ୍କ ଅଫ୍ ବରୋଦାର ୧୧୫ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବ୍ୟାଙ୍କ ଅଫ୍ ବରୋଦାର ୧୧୫ତମ ପ୍ରତିଷ୍ଠା ଦିବସ ଓଡ଼ିଶା ଗୃହ ନିର୍ମାଣ ଭବନ କମ୍ପ୍ଲେକ୍ସ ପରିସରରେ ପାଳିତ ହୋଇଯାଇଛି । ଓଡ଼ିଶା ଗୃହ ନିର୍ମାଣ ଭବନ କମ୍ପ୍ଲେକ୍ସ ଶାଖାର ମୁଖ୍ୟ ବାବାଜୀ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ସାହାଣୀ ଯୋଗ ଦେଇଥିଲେ । ବ୍ୟାଙ୍କ ପକ୍ଷରୁ ଶାଖାର ଶ୍ରେଷ୍ଠ ଗ୍ରାହକ ନିଶାକର ସ୍ୱାଇଁ, ସଞ୍ଜୟ କୁମାର ମହରାଜ ଓ ପୀୟୂଷଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଏମବିଏସ୍ ପବ୍ଲିକ୍ ସ୍କୁଲକୁ ୩୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇ ଥିବା ବେଳେ ନିଶାକର ସ୍ୱାଇଁ ସ୍ୱଇଚ୍ଛାରେ ଆଉ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ । ବ୍ୟାଙ୍କ୍ ଅଧିକାରୀ ପୁଣ୍ୟଶ୍ଳୋକ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!