ଲଚ୍ଛିପୁର ଗ୍ରାମ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ ଲଚ୍ଛିପୁର ଗ୍ରାମ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ମୂଖ୍ୟ ଅତିଥି ଭାବରେ ବିଦ୍ୟାଳୟର ସଭାପତି ତଥା ସୋନପୁର ଉପ ଜିଲ୍ଲାପାଳ ଡ. ସୌମ୍ୟାରୁପା ରଥ ଓ ମୁଖ୍ୟବକ୍ତା ଭାବରେ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇକମାଲର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ସଂପାଦକ ତଥା ପ୍ରତିଷ୍ଠାତା ସତ୍ୟ ନାରାୟଣ ଦାଶ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ ବିବରଣୀ ପାଠ କରିଥିଲେ । ସଭା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସୁନ୍ଦର ଓଡିଶୀ ନୃତ୍ୟରୁ ଆରମ୍ଭ ହୋଇ ସମ୍ବଲପୁରୀ ଦଳଗତ ନୃତ୍ୟ ସମସ୍ତ ଦର୍ଶକଙ୍କୁ ବିଭୋର କରି ଦେଇଥିଲା । ଏହି ବର୍ଗରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସୁନ୍ଦର ଡ୍ରାମା ଅପରେସନ ସିନ୍ଦୁର ହୃଦୟସ୍ପର୍ଶୀ ଏବଂ ଚିତ୍ତାକର୍ଷକ ହୋଇଥିଲା । ପରେ ପରେ କଲେଜ ପ୍ରତିଷ୍ଠା ଦିଗରେ ଯେଉଁ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ସେମାନଙ୍କୁ ପୁଷ୍ପଗୁଚ୍ଛ ଉପଢ଼ୌନକ ତଥା ମାନପତ୍ର ଦେଇ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ସମାପନ ସମାରୋହ ଦିନ ୪ ଟା ବେଳେ ଆରମ୍ଭ ହୋଇଥିଲା । ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କଲେଜର ପ୍ରତିଷ୍ଠାତା ସତ୍ୟନାରାୟଣ ଦାଶ ମୁଖ୍ୟ ଅତିଥି, ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ମୁଖ୍ୟବକ୍ତା, ପୁରାତନ କମିଟି ସଭ୍ୟ ମେଘନାଦ ସାହୁ, ଅରୁଣ ଦାଶ, ଲକ୍ଷ୍ମୀକାନ୍ତ ହୋତା, ତଥା ପ୍ରାଧ୍ୟାପକ ରମାକାନ୍ତ କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପିକା କଲ୍ୟାଣୀ ମିଶ୍ର ତାଙ୍କର କଲେଜ ସ୍ମୃତି ଏବଂ ଅନୁଭୂତିକୁ ନେଇ ଏକ ସୁନ୍ଦର ନିବନ୍ଧ ସଭାରେ ଉପସ୍ଥାପନା କରିଥିଲେ । ପରେ ସମସ୍ତ ଶୈକ୍ଷିକ ତଥା ଅଣ ଶୈକ୍ଷିକ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଉଭୟ ସଭାରେ ପ୍ରାଧ୍ୟାପକ ଦିଲୀପ ରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କିରାଣୀ ଜନ୍ମେଜୟ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ପିଙ୍କି ଦାଶଙ୍କ ତତ୍ୱାବଧାନରେ ନୃତ୍ୟଗୀତ ତଥା ଡ୍ରାମା ସମ୍ପୂର୍ଣ୍ଣ ରୂପେ ସମ୍ପନ୍ନ ହୋଇଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଶମ୍ଭୁ ପ୍ରସାଦ ପଧାନ ତୁଲାଇଥିଲେ । ସମସ୍ତ ଅତିଥି ମାନଙ୍କୁ ପ୍ରାଧ୍ୟାପକ ଆର୍ତତ୍ରାଣ ଦାଶ, ଦିଲୀପ ସାହୁ ଓ ଜଗନ୍ନାଥ ସାହୁ ଆତିଥ୍ୟ ପ୍ରଦାନ କରିଥିବା ବେଳେ କୁଶ ସାହୁ ମୋହନ ସାହୁ, ତପସ୍ୱିନୀ ସାହୁ, ହୃଷିକେଶ ପୋଢ ତଥା ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.