ଦେଓଗାଁ ସଙ୍କଟ ମୋଚନ ହନୁମାନଙ୍କ ୬୫ ତମ ବାର୍ଷିକ ଉତ୍ସବ ପାଳନ

ରାଉରକେଲା, (କେପିଏନ୍‌ଏସ୍‌) : ଦକ୍ଷିଣ ରାଉରକେଲା ଦେଓଗାଁ ଅଞ୍ଚଳରେ ପ୍ରଭୁ ସଙ୍କଟ ମୋଚନ ହନୁମାନଙ୍କ ୬୫ ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳନ କରାଯାଇଛି । ଦୀର୍ଘବର୍ଷ ହେଲା ୧୪୩ ନମ୍ବର ଜାତୀୟ ରାଜପଥ କଡରେ ସଙ୍କଟ ମୋଚନ ହନୁମାନଙ୍କ ଏକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଦେଓଗାଁ ଅଞ୍ଚଳର ଭକ୍ତମାନେ ଏହି ମନ୍ଦିରରେ ପୂଜାର୍ଚ୍ଚନା କରିଆସୁଥିଲେ । ସମୟାନୁକ୍ରମେ ଜାତୀୟ ରାଜପଥର ରାସ୍ତା ପ୍ରଶସ୍ତି କରଣ ପାଇଁ ଉକ୍ତ ମନ୍ଦିରଟିକୁ ଉଛେଦ କରି ଦିଆଯାଇଥିଲା । ଦେଓଗାଁ ଅଞ୍ଚଳର ହନୁମାନ ଭକ୍ତମାନେ ମିଶି ପୁଣି ରାସ୍ତା କଡ଼ ଏକ ଗଛ ମୂଳରେ ସଙ୍କଟ ମୋଚନଙ୍କ ଏକ ବିଗ୍ରହ ପ୍ରତିଷ୍ଠା କରି ଏକ ଛୋଟ ମନ୍ଦିର ସ୍ଥାପନା କରି ପୂଜାର୍ଚ୍ଚନା କରି ଆସୁଛନ୍ତି । ଯାହାକି ଚୈତ୍ରମାସ ପୂର୍ଣ୍ଣମୀରେ ସଙ୍କଟ ମୋଚନ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଯାହାକୁ ଆଜି ପର୍ଯ୍ୟନ୍ତ ଭକ୍ତମାନେ ଏହି ପୂର୍ଣ୍ଣମୀ ତିଥିରେ ସଙ୍କଟ ମୋଚନଙ୍କ ବାର୍ଷିକ ଉତ୍ସବ ପାଳନ କରିଆସୁଛନ୍ତି । ଗତ ଗୁରୁବାର ଚୈତ୍ରମାସ ପୂର୍ଣ୍ଣମୀ ତିଥିରେ ପ୍ରଭୁ ସଙ୍କଟ ମୋଚନଙ୍କ ୬୫ ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳନ କରାଯାଇଥିଲା । ଏହାକୁ ସଙ୍କଟ ମୋଚନ ହନୁମାନ କମିଟିର ସଭାପତି ଦେବାଶିଷ ମହାନ୍ତି, ଉପସଭାପତି ମନୋରଞ୍ଜନ ଦାସ, ପବିତ୍ର ମୋହନ ସ୍ୱାଇଁ, ସାଧାରଣ ସମ୍ପାଦକ ସାରଦା କାନ୍ତ ଦାସ (ଜିପୁନା) ଓ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ବଡୁ, ଜଗନ୍ନାଥ ବିଶ୍ୱାଳ, ରସାନନ୍ଦ ସେନାପତି, ସିମାଞ୍ଚଳ ସାହୁ, ସିନୁ ମହାନ୍ତି ଏବଂ ସଙ୍କଟ ମୋଚନ ହନୁମାନ କମିଟିର ଅନ୍ୟ ସଦସ୍ୟମାନେ ଏହାକୁ ଆୟୋଜନ କରିଥିଲେ । ଶହଶହ ସଂଖ୍ୟାରେ ଭକ୍ତମାନେ ଶଙ୍କଟ ମୋଚନ ହନୁମାନଙ୍କ ଦର୍ଶନ କରି ଆଶିଷ ଲାଭ କରିବା ସହିତ ପ୍ରସାଦ ସେବନ କରିଥିଲେ ।

Leave A Reply

Your email address will not be published.