centurian jitm

ଗରିମା ପରିବାରର ପଖାଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ତରଫରୁ ବିଶ୍ୱ ପଖାଳ ଦିବସ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ଶଙ୍କର ଜେନାଙ୍କ ଆବାହକତ୍ୱ, ସଭାପତି ମମତା ନାଏକଙ୍କ ସଭାପତିତ୍ୱ, କାର୍ଯ୍ୟକ୍ରମର ମୁଖ୍ୟ ସୁମିତା ପଟ୍ଟନାୟକ ତଥା ମୋନାଲିସା ସାହୁଙ୍କ ସଂଯୋଜନାରେ ଅତିଥି ଭାବେ ମମତା ଗୈାତମ, ବିଶ୍ୱରଞ୍ଜନ ବେହୁରା, ଦିଲ୍ଲୀପ ମହାପାତ୍ର, ବିଜୟ ପ୍ରଧାନ, ସନ୍ତୋଷ ଅଗ୍ରୱାଲ, ଦିଲ୍ଲୀପ କର, ଅନ୍ନପୂର୍ଣ୍ଣା ମାରୋଠିଆ, କୁଞ୍ଜବିହାରୀ ରାଉତ, ଲିଲି ମିଶ୍ର, ଜିତେନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ସୁନ୍ୟାନୀ, ପ୍ରମୋଦ ପ୍ରଧାନ, ବିକାଶ ଶର୍ମା, ଲଳିତା ମୁଦୁଲି, ପ୍ରଦୀପ ପଟ୍ଟନାୟକ, ସେଲି ଅଗ୍ରୱାଲ, ଲିଲି ମିଶ୍ର ପ୍ରମୁଖ ଅତିଥି ଯୋଗଦେଇଥିଲେ । ଅତିଥିଙ୍କ ମଧ୍ୟରେ ଶ୍ରୀ ରାଉତ, ଶ୍ରୀ ମିଶ୍ର ଓ ଶ୍ରୀମତୀ ଗୌତମ, ଶ୍ରୀମତୀ ମୁଦୁଲି ପଖାଳ ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉପସ୍ଥିତ ଅତିଥିଗଣଙ୍କୁ ସୁବାସିତ ପଖାଳ, ବଡ଼ିଚୁରା, ଶାଗ ଭଜା, ସଜନା ଛୁଇଁ ଭଜା, ଆଳୁ ଭତ୍‌ର୍ତ୍ତା, ପିଆଜ, ଚିପ୍ସ, ଟଙ୍କ ତୋରାଣି ଆଦି ପରସା ଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପରିବାରର ଡ଼ଃ. ସରିତା ମଲ୍ଲ, ଶଙ୍କରିନା ପ୍ରଧାନ, ପ୍ରଣତୀ ପଟ୍ଟନାୟକ, ଶାନ୍ତିଲତା ବାରିକ, ଶର୍ମିଲା ରାଜଗୁରୁ, ଲୁସି ଦାଶ, ରଶ୍ମି ନାୟକ, ମମତା ଦାଶ, ସୁନିତା ଶ୍ରୀନିବାସନ, ମୀନତି ମୋଦୀ, ଦେବସ୍ମିତା ଶତପଥୀ, ଲୀନା ତ୍ରିପାଠୀ, ମୀନାକ୍ଷୀ ପାଢ଼ୀ, ରଶ୍ମିତା ଚୌଧୁରୀ, ଶୁଭଲକ୍ଷ୍ମୀ ପାତ୍ର, ମୌସୁମୀ ଆଚାର୍ଯ୍ୟ, ସସ୍ମିତା ମିଶ୍ର, ମଞ୍ଜୁ ରାଣୀ ମେହେର, ରିମି ଚକ୍ରବର୍ତ୍ତୀ, ଅଞ୍ଜୁ ପାଣ୍ଡେ, ରଞ୍ଜିତା ଶତପଥୀ, ବ୍ରତତୀ ପ୍ରଧାନ, ମୋନାଲିସା ଗୌଡ, ବିଷ୍ଣୁପ୍ରିୟା ଦାଶ, ଗାୟତ୍ରୀ ମହାନ୍ତି ଓ ଉପଦେଷ୍ଟା ରଶ୍ମିତ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.