jayashree

୩ ଦିନ ରଥଟଣା ପରେ ମାଉସୀ ମନ୍ଦିରରେ ପହଞ୍ଚିଲେ ମହାପ୍ରଭୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତ ଅର୍ଡା ଗାଁରେ ଶ୍ରୀଗୁଣ୍ଡିଚା ଯାତ୍ରା ସମାପନ ହୋଇଛି । ମଙ୍ଗଳବାର ଦିନ ଶ୍ରୀମନ୍ଦିରରୁ ବାହାରିଥିଲେ । ବୁଧବାର ଦିନ ପୁଣି ଅଧା ବାଟକୁ ନେଇଥିବା ମହାପ୍ରଭୁଙ୍କ ରଥକୁ ଗୁରୁବାର ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ମାଉସୀ ମା’ ମନ୍ଦିରରେ ପହଞ୍ଚାଇଥିଲେ । ଏହି ଗାଁରେ ୧୬ ଚକିଆ ରଥ ମୁଖ୍ୟ ଅକର୍ଷଣ ଥିଲା । ଏହାସହ ଅଭିନବ ଶ୍ରୀକ୍ଷେତ୍ର ତଥା କୁତୁର୍ଲା ପଞ୍ଚାୟତ ମୁରସିଂ ସହ କରୁଆଁଝର ଏବଂ ରାମଚନ୍ଦ୍ରପୁର ଗାଁରେ ଗୁରୁବାର ବାହୁଡ଼ା ଯାତ୍ରା ସମାପନ ହୋଇଛି । ସନ୍ଧ୍ୟାରେ ମହାପ୍ରଭୁଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମାଉସୀ ମନ୍ଦିରକୁ ପ୍ରବେଶ କରାଯାଇଥିଲା ।

Leave A Reply

Your email address will not be published.