ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍‌ଗାତା ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍‌ଗାତା ସ୍ଥାନୀୟ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗତ କିଛି ଦିନ ଧରି ସେ ହାର୍ଣ୍ଣିଆ ପୀଡିତ ହୋଇ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ । ଆଜି ତାଙ୍କର ଅସ୍ତ୍ରୋପଚାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ବିଭିନ୍ନ ସାରସ୍ୱତ, ସାଂସ୍କୃତିକ ସଂଗଠନ ଓ ଶୁଭେଚ୍ଛୁ ସାରସ୍ୱତ ତପସ୍ୱୀ ଡ. ଉଦ୍‌ଗାତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.