
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ, ଉପଲକ୍ଷେ ଗୌରବମୟ ପଦଯାତ୍ରା ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱରେ ଆଜି ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଆୟୋଜିତ ହୋଇଯାଇଛି । କଂଗ୍ରେସ ବିଧାୟକ ପ୍ରାର୍ଥୀ ସରୋଜ ମହାପାତ୍ରଙ୍କ ତତ୍ୱାବଧାନରେ ଭଟଲି ଓ କେଶେଇ ପାଲିଠାରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବରଗଡ଼ ଜିଲ୍ଲା କଂଗ୍ରେସର ଗୌରବମୟ ପଦଯାତ୍ରା ପାଇଁ ନିୟୋଜିତ ହୋଇଥିବା ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର, ପୂର୍ବତନ ମୁଖ୍ୟ ସଚେତକ ସତ୍ୟ ଭୂଷଣ ସାହୁ, ପ୍ରଦୀପ ଦେବତା, ନିପନ ଦାଶ, ପାଣ୍ଡବ କର୍ଣ୍ଣ, ପ୍ରତାପ ଚନ୍ଦ୍ର ନାୟକ, ଦିଲିପ ନନ୍ଦ, ବିରଆଦିତ୍ୟ ସାହୁ, ବିଜୟ ପଟ୍ଟନାୟକ, ଶୁଭେନ୍ଦୁ ସାହୁ, ସୁଶିଲ ଭୋଇ, ଉସମାନ ଖାଁ, ଜିତୁ ଭୋଇ, ସୁବାଷ ବେହେରା, ଅଭିଷେକ ସେଠ, ସୁଶାନ୍ତ ସାହୁ, ଅନନ୍ତ ତାଣ୍ଡି, ଆଜାଦ ପତି, କୈଲାଶ ସାହୁଙ୍କ ସମେତ ବହୁ କଂଗ୍ରେସ ନେତୃବର୍ଗ ଓ କର୍ମୀ ଏକାଠି ତ୍ରିରଙ୍ଗା ହାତରେ ଧରି ପଦଯାତ୍ରାରେ ସାମିଲ ହୋଇଥିଲେ ।