oom

ବିଜେପିର ତ୍ରିରଙ୍ଗା ପଦଯାତ୍ରା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତା ୭୫ତମ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ବିଜେପି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଅଗଷ୍ଟ ୯ ମଙ୍ଗଳବାର ପୂର୍ବାହ୍ନରେ ଡେଲାଙ୍ଗ ସ୍ଥିତ ବେରବୋଇ ଗାନ୍ଧି ସ୍ମୃତି ପିଠସ୍ଥଳୀରୁ ରାମଧୂନ ସହ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ତ୍ରିରଙ୍ଗା ପଦଯାତ୍ରା ସମାରୋହ ଉତ୍ସବରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦିକା ମିନତୀ ପରିଡା, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ବ୍ରହ୍ମଗିରି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରାକ୍ତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ସତ୍ୟବାଦୀ ବିଜେପି ନେତା ଓମ୍‌ ପ୍ରକାଶ ମିଶ୍ର ପ୍ରମୁଖଙ୍କ ସମେତ ଦଳର ବରିଷ୍ଠ ନେତା ସହିତ ସ୍ଥାନୀୟ କର୍ମୀ, ସମର୍ଥକ ଓ ଶୁଭେଚ୍ଛୁ ବହୁସଂଖ୍ୟାରେ ସାମିଲ ହୋଇଥିଲେ । ଏହି ପଦଯାତ୍ରା ଡେଲାଙ୍ଗରୁ ବାହାରି ପିପିଲି, ନିମାପଡ଼ା ଚାରିଛକ, କାକଟପୁର ଦେଇ ଅଗଷ୍ଟ ୧୧ ତାରିଖରେ ଅସ୍ତରଙ୍ଗର ଲବଣ ସତ୍ୟାଗ୍ରହସ୍ଥଳ କୁହୁଡ଼ିରେ ପହଞ୍ଚି ସେଠାରେ ଆଜାଦି କା ଅମୃତ ମହୋତ୍ସବ ପାଳନ ହେବ ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.