oom

ସ୍ୱତନ୍ତ୍ର ଅଧିବେଶନ : ବୀମା ରାଶି ବୃଦ୍ଧି ଓ ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବାକୁ ଓୟୁଜେ ପକ୍ଷରୁ ଦାବୀ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ଏକ ସ୍ୱତନ୍ତ୍ର ଅଧିବେଶନ ଆଜି ୱେବନାର ଯୋଗେ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ କାର୍ୟ୍ୟରତ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିବା, ସ୍ୱାସ୍ଥ୍ୟ ବୀମା ରାଶିକୁ ୫ ଲକ୍ଷ୍ୟ ଟଙ୍କାକୁ ବୃଦ୍ଧି ସହ ରାଜ୍ୟରେ ତୁରନ୍ତ ପେନସନ ଯୋଜନା ଲାଗୁ କରିବା ପାଇଁ ଦାବୀ କରାଯାଇଥିଲା । ସଭା ପାରମ୍ଭରେ ନିକଟରେ କରୋନାରେ ଦେହାନ୍ତ ଘଟିଥିବା ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଓୟୁଜେର ଦାବୀ ପରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ଟୀକା ପ୍ରଦାନ କରିଥିବାରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି କରୋନା ମହାମାରୀ ସମୟରେ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ କାର୍ୟ୍ୟକରି ଲୋକଙ୍କ ପାଖରେ ଖବର ପହଞ୍ଚାଇ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିବା କହିଥିଲେ । ଏଥି ସହିତ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିବା ସହ ଏହାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସୂଚନା ଦେଇଥିଲେ । ଏଥିସହ ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ସାମ୍ବାଦିକଙ୍କ ଉପରେ ପ୍ରଶାସନର କାର୍ୟ୍ୟନୁଷ୍ଠାନକୁ ଦୃଢ଼ ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଶ୍ରୀ ମହାନ୍ତି ଦାବୀ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ସ୍ୱାଗତ ଭାଷଣ ଦେବା ସହ କରୋନା ସମୟରେ ୟୁନିୟନ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ୟ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ଏଥି ସହିତ ରାଜ୍ୟର ବିଭିନ୍ନ ଜିଲ୍ଲା ସଙ୍ଘଠନ ପକ୍ଷରୁ ଏହି ସମୟରେ ଯେଉଁ ଦୃଷ୍ଟାନ୍ତ ମୂଳକ କାର୍ୟ୍ୟ କରିଛନ୍ତି ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଉପନ ସାହୁ, କିଷାନ ରାଉତ ସମ୍ପାଦକ ରବୀନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ବାଇଁ, ଅନୁଗୁଳ ସଭାପତି ସୁବାସ ସାହୁ, ଯାଜପୁର ସଭାପତି ଆଦିତ୍ୟ ମେକାପ, କଳାହାଣ୍ଡି ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ, ବରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଦେବଗଡ଼ ସାଧାରଣ ସମ୍ପାଦକ ସିଧେଶ୍ୱର ଗୁରୁ, କୋରାପୁଟ ରାଜେନ୍ଦ୍ର ଗୌଡ଼, ବରିଷ୍ଠ ସଦସ୍ୟ ହରିହର ପାତ୍ର, ବିଜୟ ରାୟ, ଜୟନ୍ତ କର, ପ୍ରଦୀପ ବେହେରା, ସୁଧାଂଶୁ ପରିଡା, ରମାକାନ୍ତ ମହାନନ୍ଦ, ଦିନେଶ କୁମାର ମାହାନା, ବିଶ୍ୱ ବିଜନ ନନ୍ଦଙ୍କ ସମେତ ଜିଲ୍ଲା ସଭାପତି, ସାଧାରଣ ସମ୍ପାଦକ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଓ ଜାତୀୟ ସଦସ୍ୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.