centurian jitm

ଜୈବିକ ସାର ଉତ୍ପାଦନ କମ୍ପାନୀ ‘ବାୟୋତେଜ ଏଗ୍ରିନୋଭେସନ’ର ନୂତନ ପ୍ଲାଣ୍ଟ ଉଦ୍‌ଘାଟିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଜୈବିକ ସାର ଉତ୍ପାଦନ କମ୍ପାନୀ ବାୟୋତେଜ ଏଗ୍ରିନୋଭେସନର ନୂତନ ପ୍ଲାଣ୍ଟ ଆଜି ଲାଠିକଟା ବ୍ଲକ ଅଧିନସ୍ଥ ସୁଇଡ଼ିହି ଗ୍ରାମରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଏନଆଇଟି ଏଫଟିବିଆଇ ସେଣ୍ଟରର ମୁଖ୍ୟ ମନୋଜ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ବକ୍ତା ଭାବେ ରାଜ୍ୟ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଡ଼. ଜୟନ୍ତ କୁମାର ପତି ଓ ଜିଲ୍ଲା କୃଷି ଅଧିକାରୀ, ପାନପୋଷ ଜି. ଜୟନ୍, ଏନଆଇଟି ସେରାମିକ ଇଞ୍ଜିନିଅରିଙ୍ଗ ବିଭାଗ ପ୍ର. ସ୍ୱଦେଶ କୁମାର ପ୍ରତିହାର ମଞ୍ଚାସୀନ ଥିଲେ । ସମ୍ମାନିତ ଅତିଥି ଭାବେ ଏନଆଇଟିର ଭିନି ରାଉତରାୟ ଓ କ୍ରିଷ୍ଣା ପ୍ରାମାଣିକ ପ୍ରମୁଖ ଯୋଗ ଦେଇଥିଲେ । କମ୍ପାନୀର ଅନ୍ୟତମ ନିର୍ଦ୍ଦେଶିକା ମୀନା କୁମାରୀ ମହାରଣା ଶୁଭେଚ୍ଛା ଜଣାଇଥିଲେ । କମ୍ପାନୀର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡ଼. ଶିତାରଶ୍ମି ସାହୁ ସ୍ୱାଗତ ଭାଷଣ ଦେବା ସହ କମ୍ପାନୀ ବିଷୟରେ ଆଲୋକପାତ କରିଥିଲେ । ସେ କହିଲେ ଯେ, ଆଇ.ସି.ଏ.ଆର ଏନ.ଆର.ଆର.ଆଇ, କଟକଙ୍କ ମିଳିତ ଉଦ୍ୟମରେ ଇସ୍ପାତ ଶିଳ୍ପ ରୁ ବାହାରୁଥିବା ଏଲ.ଡି ସ୍ଲାଗ ଓ ଥର୍ମାଲ ପାୱାର ପ୍ଲାଣ୍ଟର ବର୍ଜ୍ୟ ପାଉଁଶକୁ ପ୍ରକ୍ରିୟାକରଣ କରି ଜୈବିକ ସାର ଉତ୍ପାଦନ କ୍ଷେତ୍ରରେରେ ଵୟୋତେଜ ଓଡିଶାର ପ୍ରଥମ କମ୍ପାନୀ । ଏହି ଜୈବିକ ସାର ଚାଷ ଜମିରେ ଥିବା ଏସିଡ ପରିମାଣକୁ ହ୍ରାସ କରିବା ସହ ଉର୍ବରତା ବୃଦ୍ଧି କରିବାରେ ସହାୟ ହେଉଛି । କେବଳ ସାର ଉତ୍ପାଦନ ନୁହଁ, ଜୈବି କୃଷି ପରାମର୍ଶ ପ୍ରଦାନ ଦିଗରେ ମଧ୍ୟ କାର୍ଯ୍ୟ କରିଆସୁଛି । ଚାଷୀ ମାନେ ଏହାର ସୁଯୋଗ ନେବାକୁ ଡ଼. ସାହୁ ନିବେଦନ କରିଥିଲେ । ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଜୈବ କୃଷି ପ୍ରଣାଳୀ, ଜୈବିକ ସାରର ବ୍ୟବହାର ଓ ପୁଷ୍ଟିକର ଖାଦ୍ୟ ଶସ୍ୟ ଓ ପନିପରିବା ଉତ୍ପାଦନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଶେଷରେ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ସୁନୀଲ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏନଆଇଟିର ଏଫଟିବିଆଇ ଓ ଅନ୍ୟ ପୃଷ୍ଠପୋଷାକ ମାନଙ୍କ ସହାୟତା ପାଇଁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଅତିଥି ମାନେ ପ୍ଲାଣ୍ଟକୁ ଉଦ୍‌ଘାଟନ କରିବା ସହ ବୁଲି ଦେଖିଥିଲେ । ଏଥିସହ ପ୍ଲାଣ୍ଟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଜୈବିକ ସାର ସହ ଚାରା ଉତ୍ପାଦନ, ଜିଆ ଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଭୃତି ଦେଖି ଆନନ୍ଦ ପ୍ରକାଶ କରିବା ସହ ଚାଷ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ଦୃଢ ଆଶା ପୋଷଣ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି କମ୍ପାନୀ ବିଭିନ୍ନ ସରକାରୀ ଓ ବେସରକାରୀ ବିଭାଗ ସହଯୋଗରେ ଜୈବ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ପାଇଁ ଉଦ୍ୟମ ଜାରି ରଖିଛି ଏବଂ ବିଭିନ୍ନ ସଂସ୍ଥା ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଛି ।

Leave A Reply

Your email address will not be published.