oom

ନୂଆପଡା-କୋଦୋଭଟାଠାରେ ବିଜେଡିର ସାଧାରଣ ସଭା ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର ନୂଆପଡା-କୋଦୋଭଟା ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ବଙ୍ଗୋମୁଣ୍ଡା ବ୍ଲକ ବିଜେଡି ସଭାପତି ରାଧେଶ୍ୟାମ କେତକୀଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ବ୍ଲକର ଦଳୀୟ କାର୍ଯ୍ୟ କର୍ତ୍ତାମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ବଲାଙ୍ଗିର ଜିଲ୍ଲା ସାଧାରଣ ସମ୍ପାଦକ ତଥା ଯୁବନେତା ଫିରୋଜ ଖାଁ ଯୋଗଦେଇ ୱାର୍ଡସ୍ତରରେ ଦଳୀୟ ସଂଗଠନ କିପରି ମଜବୁତ ହେବ ସେ ବିଷୟରେ ଆଲୋକପାତ କରିଥିଲେ । ତୁରକେଲା ପଂଚାୟତର ତେତେଲପଡା ଗ୍ରାମର ଦଳଗଞ୍ଜନ ବେହେରା ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁଙ୍କ ନେତୃତ୍ୱକୁ ଗ୍ରହଣ କରି ବିଜୁ ଜନତା ଦଳରେ ଯୋଗଦେଲେ । ଏହି ଅବସରରେ ଜିଲ୍ଲା ପରିଷଦ ପ୍ରାଥୀ ବିଶ୍ୱରାମ ହିଆଲ, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ଜଗଦୀଶ ସୁନା, ରାଜ୍ୟସଭା ସାଂସଦ ପ୍ରତିନିଧି ମନରଞ୍ଜନ ଭୋଇ, ଯୁବ ବିଜେଡି ସଭାପତି ଭକ୍ତବନ୍ଧୁ ବେହେରା, ଛାତ୍ର ବିଜେଡି ସଭାପତି ଗୁରୁଚରଣ ଠେଲା, ବରିଷ୍ଠ ବିଜେଡି ନେତା ଦୁର୍ଦକ୍ଷ ହଂସଙ୍କ ସହ ବହୁ ବିଜେଡି କାର୍ଯ୍ୟ କର୍ତ୍ତାମାନେ ଉପସ୍ଥିତ ଥିଲେ । ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ଶତାଧିକ ବିଜେଡି କର୍ମୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.