oom

କ୍ଷୀରାପାଲିରେ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

jsmm

ବରଗଡ, (ନିରୋଜ କୁମାର ପାଣୀ) : ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ପଂଚାୟତ ଅଧିନ କ୍ଷୀରାପାଲି ରାଧାକୃଷ୍ଣ ମନ୍ଦିର ଠାରେ ବ୍ଲକସ୍ତରୀୟ ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝିଲିମିଣ୍ଡା ପଂଚାୟତ ଯାଦବ ସମାଜ ତରଫରୁ ଅନୁଷ୍ଠିତ ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଯାଦବ ସମାଜର ସଭାପତି ଅର୍ଜୁନ ଦୀପ, ମୁଖ୍ୟ ବକ୍ତା ଭାବେ ପାଲା ଗାୟକ ଯୁଧିଷ୍ଠିର ଭୋଇ, ସମ୍ମାନିତ ଅତିଥି ଭାବେ ଗୋକୁଳ ଚିର୍ଗୁଣ, ଧ୍ରୁବ ପୋଢ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦିବାକର ଭୋଇ ସଭାପତିତ୍ୱ କରିଥିଲେ । ପ୍ରଥମେ ପାରମ୍ପରିକ ରୀତିନୀତି ଅନୁସାରେ ମା’ ସମଲେଶ୍ଵରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ତାପରେ ସୌମ୍ୟାଶ୍ରୀ ଅଦାବର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ସମାଜର ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଂଚ ପରିଚାଳନା କରିଥିଲେ ଶୁକ୍ରୁ ଭୋଇ, ଏଥିରେ ସହଯୋଗ କରିଥିଲେ ତୀର୍ଥବାସୀ ପୋଢ, ପଦ୍ମଲୋଚନ ଜାଲ, ମୋହନ କଠାର, ସୁରେନ୍ଦ୍ର ପୋଢ, ପୂର୍ଣ୍ଣଚନ୍ଦ୍ର ସାଲମା, ନିରଜଂନ ମହାକୁର, ମକରଧ୍ୱଜ ଧରେଇ, ମୁକୁଡୁ ଧରେଇ, ରେନମାଲ ଜାଲ, ଆଶ୍ରମ ବନଛୁର, ସୁରେନ୍ଦ୍ର କଠାର, ଆନନ୍ଦ ପୋଢ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ରୁଦ୍ରପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.