ନିଶା ସେବନ ଓ ଏହାର ବେଆଇନ କାରବାର ବିରୁଦ୍ଧରେ ଆର୍ନ୍ତଜାତୀୟ ଦିବସ

ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀରାମକୃଷ୍ଣ ଆଶ୍ରମ ମଟୋଗଣ୍ଡାଠାରେ ଥିବା ବିବେକାନନ୍ଦ ମେମୋରିଆଲ୍ ହଲ୍‌ଠାରେ କଳାହାଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗ ମ.ରାମପୁରର ସୌଜନ୍ୟ ତଥା ଶ୍ରୀରାମକୃଷ୍ଣ ଆଶ୍ରମର ଆୟୋଜନ କ୍ରମେ ନିଶା ସେବନ ଓ ଏହାର ବେଆଇନ କାରବାର ବିରୁଦ୍ଧରେ ଆର୍ନ୍ତଜାତୀୟ ଦିବସ ପାଳନ କରାଯାଇଛି । ଆଶ୍ରମର ସମ୍ପାଦକ ସ୍ୱାମୀ ଅଶୋକାନନ୍ଦଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ଅବକାରୀ ବିଭାଗ ଅଧିକାରୀ ଦେବାଶିଷ ସିରଦାର୍, ସମ୍ମାନିତ ଅତିଥି ସ୍ୱାମୀ ବିରେଶାନନ୍ଦଜୀ ମହାରାଜ, ସ୍ୱାମୀ ଧୀରେଶାନନ୍ଦଜୀ ମହାରାଜ, ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁରେନ୍ଦ୍ର ମହାଖୁଡ଼ ଯୋଗ ଦେଇଥିଲେ । ଶ୍ରୀରାମକୃଷ୍ଣ ଆଶ୍ରମର ନିଶା ନିବାରଣ ଓ ଥଇଥାନ କେନ୍ଦ୍ର ମୁଖ୍ୟ ପରାମର୍ଶଦାତା ଅନ୍ନଦା ପ୍ରସାଦ ପଟ୍ଟନାୟକ, ସହଯୋଗୀ ଧର୍ମୁ ତାଣ୍ଡି, ଦିପ୍ତିବାନ ସାହୁ, ଲକ୍ଷ୍ମୀକାନ୍ତ କର୍ଣ୍ଣ, ଶୈଳେନ୍ଦ୍ର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଅନ୍ତେବାସୀମାନଙ୍କୁ ନିଶାମୁକ୍ତ ସମାଜ ଗଠନ ସଂପର୍କରେ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଉମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟମାନେ ସମସ୍ତ
କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.