ଧର୍ମ ପରାୟଣା ନିର୍ମଳା ଜେନାଙ୍କ ପରଲୋକ

ଭୋଗରାଇ, ( ଶିବ ନାରାୟଣ ପାତ୍ର ) : ଭୋଗରାଇ ବ୍ଳକ ଅନ୍ତର୍ଗତ ଆରୁହାବୃତି-୧ ପଞ୍ଚାୟତସ୍ଥ ବାରବାଟିଆ ଗ୍ରାମର ଧର୍ମ ପରାୟଣା ମହିଳା ନିର୍ମଳା ଜେନାଙ୍କ ୭୪ବର୍ଷ ବୟସରେ ଗତ କାଲି ରାତ୍ରୀ ୭ ଟା ୩୦ ମିନିଟ୍ ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ଦିବଂଗତା ନିର୍ମଳା ଜେନା ଜଣେ ଅତ୍ୟନ୍ତ ଦରଦୀ ଓ ସ୍ନେହୀ ଭାବେ ସମସ୍ତଙ୍କର ନମସ୍ୟା ଓ ଆଦରଣୀୟା ଥିଲେ । ସେ ସଂପ୍ରତି ବାଲେଶ୍ବର ସହର ଶୁଭାରାମପୁର ବାସଗୃହରେ ରହିଆସୁଥିଲେ ହେଁ ଅଧିକ ଦିନ ଗ୍ରାମସ୍ଥ ଗୃହକୁ ଆସୁଥିଲେ ଏବଂ ଗ୍ରାମବାସୀଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରିଆସୁଥିଲେ । ଏଥିସହ ସହରକୁ ଯାଉଥିବା ଗାଁ ଲୋକ ମାନଙ୍କୁ ଉତ୍ତମ ଅଭ୍ୟର୍ଥନା କରୁଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା କ୍ଷଣି ବାରବାଟିଆ ଗ୍ରାମ ସହ ଏତଦ୍ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ , ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା, ଉତ୍ତର ଓଡ଼ିଶା ପ୍ରମେୟ ସଂସ୍କରଣ ମୁଖ୍ୟ ସତ୍ୟଶିବ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ବେହେରା, ଆଇନଜୀବୀ ରାଜକିଶୋର ଜେନା, ନାଏବ ସରପଞ୍ଚ ଯୋଗେନ୍ଦ୍ର ନାଥ ପାଳ, ପୂର୍ବତନ ସରପଞ୍ଚ ଶ୍ରୀପତି ଚରଣ ଜେନା, ନୋଡାଲ ଅଫିସର ରାଜେନ୍ଦୁ ବିକାଶ ପାତ୍ର , ଶିକ୍ଷକ ଦେବବ୍ରତ ଦେ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଶୋକ ବ୍ୟକ୍ତ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ଦୀପକ କୁମାର ଜେନା, ପୁତ୍ରବଧୂ ସୁସ୍ମିତା ଜେନା, କନ୍ୟା ନମିତା ଗିରି, ଜ୍ୱାଇଁ ଅଧ୍ୟାପକ ସରୋଜ କୁମାର ଗିରି, ନାତି ଡା. ରୋହିତ ଜେନା, ଡା.ଶୁଭଜିତ ଗିରି, ଇଂ ଅଭିଜିତ ଜେନା, ଦିଅର ମଧୁସୂଦନ ଜେନା, ପୁତୁରା ଅଶୋକ ଜେନା, ରଞ୍ଜନ କୁମାର ଜେନା, ରତନ କୁମାର ଜେନା, ଅମରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.