ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ନିର୍ମଳ ମୁଣ୍ଡା ବୌଦ୍ଧିକ ବକ୍ତୃତାମାଳାର ସପ୍ତମ ଅର୍ଘ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ଚାଲିଥିବା ‘ନିର୍ମଳ ମୁଣ୍ଡା ବୌଦ୍ଧିକ ବକ୍ତୃତା ଶୃଙ୍ଖଳା’ର ସପ୍ତମ ଅର୍ଘ୍ୟ କାର୍ଯ୍ୟକ୍ରମରେ ‘କ୍ୱାଣ୍ଟମ୍ ମେକାନିକ୍ସ ଓ କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ’ ଶୀର୍ଷକ ଅଭିଭାଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବିଭାଗୀୟ ଛାତ୍ରୀ ଫାତିମା ରିଜ୍ୱାନ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ଏନ୍ଆଇଟି ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ତଥା ବ୍ରହ୍ମପୁର ନିଷ୍ଟ୍ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଡ. ସୀମାଞ୍ଚଳ ପାଣୀଗ୍ରାହୀ ଯୋଗଦେଇଥିଲେ । ସମ୍ପ୍ରତି ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ବ୍ୟାପକ ଅଭିବୃଦ୍ଧି ଓ ପ୍ରଚାର ଏବଂ ପ୍ରସାର ଦିଗରେ କ୍ୱାଣ୍ଟମ ମେକାନିକ୍ସ ଓ କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଡ. ପାଣିଗ୍ରାହୀ ଆଲୋଚନା କରିଥିଲେ । ବିଶେଷ କରି ବିଭିନ୍ନ ପ୍ରରକାରର ପ୍ରଯୁକ୍ତିବିଦ୍ୟା ଜନିତ ପାଠ୍ୟକ୍ରମ, ମହାକାଶ ବିଜ୍ଞାନ ଆଦି କ୍ଷେତ୍ରରେ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ ପୂର୍ବରୁ ଥିବା କ୍ଲାସିକାଲ କମ୍ପ୍ୟୁଟିଙ୍ଗଠାରୁ ଯଥେଷ୍ଟ ଉନ୍ନତ ବୋଲି ଡ. ପାଣିଗ୍ରାହୀ କହିଥିଲେ । ଏହି କ୍ରମରେ ଭାରତ ସରକାରଙ୍କ ଦ୍ୱାରା କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ କ୍ଷେତ୍ରରେ ଆସନ୍ତା କିଛି କିଛି ବର୍ଷ ମଧ୍ୟରେ ପ୍ରାୟ ୬ହଜାର କୋଟି ଟଙ୍କାର ନିବେଶ କରାଯିବ ବୋଲି ଡ. ପାଣିଗ୍ରାହୀ ସୂଚନା ଦେଇଥିଲେ । ଏହା ଦ୍ୱାରା କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ ଓ କ୍ୱାଣ୍ଟମ ମେକାନିକ୍ସ କେତ୍ରରେ ବ୍ୟାପକ ଅଭିବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ମୁଖ୍ୟ ପ୍ରଫେସର ଡ. ଅନ୍ନପୂର୍ଣ୍ଣା ମହାନ୍ତ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ବକ୍ତୃତାମାଳା ସିରିଜର ସଂଯୋଜିକା ଡ. ସସ୍ମିତା ସାମଲଙ୍କ ସମେତ ବିଭାଗୀୟ ଅଧ୍ୟାପିକା ଡ. ରଞ୍ଜନା ରାଣୀ ଦାସ ଓ ସନ୍ତୋଷିନୀ ପାତ୍ରଙ୍କ ସମେତ ଡ. ଶୁଭଜ୍ୟୋତି ମହାପାତ୍ର, ଡ. ସତ୍ୟବ୍ରତ ଶତପଥି, ଡ. ନିରଞ୍ଜନ ସାହୁ, ଡ ବିଶ୍ୱନାଥ ପରିଜା ଓ ଅଶୋକ କୁମାର ମିଞ୍ଜ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ । ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ସହିତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.