
ବୌଦ୍ଧ, (ବଂଶୀଧର ମାଝୀ) : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଗତକାଲି ଦିନିକିଆ ବୌଦ୍ଧ ଗ୍ରସ୍ତରେ ଆସି ଜିଲ୍ଲାର ତିନିଗୋଟି ବ୍ଲକର ନଅଗୋଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ।ଗତକାଲି ଡଃ ଅଚ୍ୟୁତ ସାମନ୍ତ ସକାଳ ୧୦.୩୦ମିନିଟରେ କଣ୍ଟାମାଳ ଜୋନ ନମ୍ବର ୧ର ଘଣ୍ଟାପଡାଠାରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ସୁମିତ୍ରା ସାହୁଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ଏଠାରେ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏହାପରେ କଣ୍ଟାମାଳଠାରୁ ପଲସାଗୋରା ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରା କରାଯାଇଥିଲା । ଏହାପରେ ଦୁଇ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ଧାନଖଣ୍ଡିଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ମମତା ପ୍ରଧାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ପରେ ତିନି ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀ ଶଙ୍କର୍ଷଣ ପ୍ରଧାନଙ୍କ ପାଇଁ ଗୋହିପିଟାଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବା ସହ ଭୋଟ ଭିକ୍ଷା କରିଥିଲେ । ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିବା ସହ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି ନିର୍ବାଚନୀ ସଭାରେ କଣ୍ଟାମାଳ ବିଧାୟକ ମହିଧର ରଣା, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ, ବିଜେଡି ନେତା ସୁଧୀର ମହାକୁଡ଼ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଡଃ ସାଂସଦଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ଡଃ ସାମନ୍ତ ବୌଦ୍ଧ ବ୍ଲକ ବାଉଶୁଣିଠାରେ ୪ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ବୈଜନ୍ତି ପ୍ରଧାନଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଥିଲେ । ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ଓଡ଼ିଶାର ବିକାଶରେ ନବୀନ ପଟ୍ଟନାୟକ ସବୁବେଳେ କାମ କରୁଛନ୍ତି ବୋଲି କହିଥିଲେ । ଏହାପରେ ଡଃ ସାମନ୍ତ ୬ ନମ୍ବର ଜିଲ୍ଲା ପରିଷଦ ଜୋନର ତେଲିବନ୍ଧଠାରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ କଳ୍ପନାରାଣୀ ସାହୁ, ପାଞ୍ଚ ନମ୍ବର ଜିଲ୍ଲା ପରିଷଦ ଜୋନର ବିଜେଡି ପ୍ରାର୍ଥିନୀ ଉର୍ମିଳା ଝାଙ୍କର ପାଇଁ ଖାଲିଆପାଲିଠାରେ ନିର୍ବାଚନ ପ୍ରଚାର କରିବା ସହ କର୍ମୀଙ୍କ ସହ ଆଲୋଚନା କରିଥିଲେ । ଏଥିରେ ଡଃ ସାଂସଦଙ୍କ ସହ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ବିଜେଡି ନେତା ଅଶୋକ କୁମାର ସାହୁ, ତାରିଣୀ କୁମାର ମହାପାତ୍ର ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।