oom

ସିନାପାଲି ବ୍ଲକ ଉପାଧ୍ୟାକ୍ଷା ନିର୍ବାଚନ, ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଶ୍ରୀମତୀ ମୀନା ଘିଭେଲା

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାଧ୍ୟକ୍ଷା ଭାବେ ଲିଟିଗୁଡା ଗ୍ରାମ ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ମିନା ଘିଭେଲା ନିର୍ଦ୍ୱନ୍ଦ୍ୱରେ ବିଜୟୀ ଲାଭ କରିଛନ୍ତି । ଶ୍ରୀମତୀ ମୀନା ଘିଭେଲାଙ୍କ କହିବା ଅନୁସାରେ ଆମ ପରିବାର କଂଗ୍ରେସ ଦଳର ସମର୍ଥକ ହୋଇଥିବାରୁ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ୱରେ ମୁଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ହୋଇ ବିଜୟ ଲାଭ କରିଛି । ସିନାପାଲି ବ୍ଲକର ୨୭ଟି ପଞ୍ଚାୟତର ସମିତିସଭ୍ୟା ସଭ୍ୟକୁ ନିଜ ସପକ୍ଷରେ ରଖି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସହଯୋଗରେ ବିଜୟ ଲାଭ କରିଥିବାରୁ ଶ୍ରୀ ପାଣିଗ୍ରାହୀଙ୍କୁ କୃତଜ୍ଞତା ଜଣାଇବା ସହିତ ଅଞ୍ଚଳର ପାଣି ସମସ୍ୟା, ବିଜୁଳି ସମସ୍ୟା ରାସ୍ତାଘାଟର ଉନ୍ନତିକରଣ ଓ ଶିକ୍ଷା ତଥା ଅନ୍ୟାନ୍ୟ ବିକାଶ ମୂଲକ କାର୍ଯ୍ୟ ଦିଗରେ ଗୁରୁତ୍ୱ ଦେଇ କାମ କରିବି ବୋଲି ଶ୍ରୀମତୀ ଘିଭେଲା ପ୍ରକାଶ କରିଛନ୍ତି । ଆଜିର ବ୍ଲକ ଉପାଧ୍ୟକ୍ଷ ନିର୍ବାଚନରେ ୨୭ ଗୋଟି ପଞ୍ଚାୟତର ସମିତିସଭ୍ୟା ସଭ୍ୟ ରହିଥିବା ବେଳେ ଏହି ଅବସରରେ ନବ ନିର୍ବାଚିତ ସିନାପାଲି ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ମାଧୁରୀ ମାଝି, ପୁର୍ବତନ ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ତପସ୍ୱନୀ ମାଝି, ପୂର୍ବତନ ଜିଲ୍ଲା ପରିଷଦ ଲିଙ୍ଗରାଜ ଘିଭେଲା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ କିଶୋର ଚନ୍ଦ୍ର କୁମାର, ମହମ୍ମଦ ଅବ୍ତାବ୍, ଜୟପାଲ ନାଗ, ଚନ୍ଦ୍ର ଶେଖର ତାଣ୍ତି, ଗୋଦାବରୀ ନାଏକ ସମେତ କଂଗ୍ରେସ ଦଳର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ନିର୍ବାଚନକୁ ନେଇ ସିନାପାଲି ପୋଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.