ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ

  • ପ୍ରତାପ ସଭାପତି, ପ୍ରୀୟଜିତ ସମ୍ପାଦକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ୩୦ପର୍ଯ୍ୟନ୍ତ ମତଦାନ କାର୍ଯ୍ୟକ୍ରମ ହୋଇଥିଲା ବେଳେ ସନ୍ଧ୍ୟାରେ ଗଣତି ଫଳାଫଳ ଘୋଷଣା କରାଯାଇଥିଲା । ଏଥିରେ ସଭାପତି ଭାବରେ ପ୍ରତାପ କୁମାର ପୁରୋହିତ ତାଙ୍କ ପ୍ରତିଦ୍ୱନ୍ଦୀ ତଥା ପୂର୍ବତନ ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀଙ୍କ ଠାରୁ ଅଧିକ ୪୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ପ୍ରତାପଙ୍କୁ ୧୨୭ ଓ ବିଧାନଙ୍କୁ ୮୭ ଗୋଟି ଭୋଟ ମିଳିଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିଲା । ଜିଲ୍ଲା ଓକିଲ ସଂଘର ମୋଟ ୨୪୦ ସଭ୍ୟଙ୍କ ମଧ୍ୟରୁ ୨୧୫ ଜଣ ମତଦାନ କରିଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସମ୍ପାଦକ ଭାବେ ପ୍ରିୟଜିତ୍ ମିଶ୍ର ବିଜୟୀ ହୋଇଥିବା ବେଳେ ପ୍ରୀୟଜିତ ୧୨୧ ଗୋଟି ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ତଥା ପୂର୍ବତନ ସମ୍ପାଦକ ଦାସଦୀପ୍ତ ମହାପାତ୍ରଙ୍କୁ ୯୩ ଗୋଟି ଭୋଟ ମିଳିଥିଲା ଏବଂ ଗୋଟିଏ ଭୋଟ ନାକଚ ହୋଇଥିଲା । ସେହିପରି ଉପସଭାପତି ଭାବେ ପ୍ରଦୀପ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଶମ୍ଭୁ ପ୍ରସାଦ ବିଶି ଓ ଯୁଗ୍ମ ସମ୍ପାଦକ (ଲାଇବ୍ରେରୀ) ସଂଜିତ୍ କୁମାର ଝାଙ୍କର ବିଜୟୀ ହୋଇଛନ୍ତି । ସେହିପରି ସଂଘର କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ପ୍ରିତୀପ୍ରଜ୍ଞା ପୁରୋହିତ, ପ୍ରଣତି କୁମ୍ଭାର, ବୃନ୍ଦାବନ ମିଶ୍ର , ଅଜିତ ନାରାୟଣ ହୋତା ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ନିର୍ବାଚନ ଅଧିକାରୀ ଭାବରେ ଶରତ ଚନ୍ଦ୍ର ଭୋଇ ଏବଂ ସହକାରୀ ନିର୍ବାଚନ ଅଧିକାରୀ ଭାବେ ବୃନ୍ଦାବନ ମିଶ୍ର, ପ୍ରବୋଧ କୁମାର ଦାଶ ଏବଂ ବରୁଣ କୁମାର ମହାନ୍ତି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିଥିଲେ ।

Leave A Reply

Your email address will not be published.